29.1 C
Bhubaneswar
Saturday, July 27, 2024
Homeଓଡିଶାବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ, ୨୪ ଓ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ, ୨୪ ଓ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ । ଆଉ ଦିନକ ପରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସେହିପରି ଆସନ୍ତା ୨୪ ଓ ୨୫ରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୂମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଥମ ପର୍ଯ୍ୟାୟରେ ଲଘୁଚାପ କ୍ଷେତ୍ର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଅବପାତର ରୂପ ନେବ । ଫଳରେ ରାଜ୍ୟରେ ବର୍ଷା ହେବା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ୨୩ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୫୦ ଓ ଝଟକା ପବନ ବେଗ ୬୦ କିମି ରହିବ । ୨୪ରେ ଏହା ବୃଦ୍ଧି ପାଇ ୭୦ କିମି ଯାଏଁ ପହଞ୍ଚିବ । ଫଳରେ ୨୩ ତାରିଖରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସେହିଭଳି ୨୪ ତାରିଖରେ ବର୍ଷା ଆରମ୍ଭ ହେଇଯିବ ।

୨୪ରେ ଜଗତସିଂପୁର, କେନ୍ଦ୍ରାପଡାରେ ପ୍ରବଳ ଅର୍ଥାତ ୭୦ ମିଲିମିଟରରୁ ୨୦୦ ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ୭୦ରୁ ୧୧୦ ମିମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତିରେ ୪୦ ରୁ ୫୦ କିମି ବେଗରେ ପବନ ସହ ବର୍ଷା ହେବ । ୨୫ ତାରିଖରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତିପ୍ରବଳ ସହ ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking