28.1 C
Bhubaneswar
Saturday, July 27, 2024
Homeଓଡିଶାଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସମ୍ବିତ

ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସମ୍ବିତ

ଭୁବନେଶ୍ବର: ପୁରୀରେ ଗତକାଲି (ସୋମବାର) ବିଜେପିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କ ଦର୍ଶନ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବେପରୁଆ ଓ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ‘ଜଗନ୍ନାଥ ସଂସ୍କୃତି’ ଓ ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଥିବା ବିଜେପି ଏବେ ନିଜେ ବିବାଦ ଘେରରେ ଫସିଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଅବସରରେ ସମ୍ବିତ ଦେଇଥିବା ମନ୍ତବ୍ୟକୁ ସବୁଆଡେ କଡା ଭାଷାରେ ନିନ୍ଦା କରାଯାଇଛି । ଗତକାଲି ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସମ୍ବିତ କହିଥିଲେ, ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ।

ଏହା ପର ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସେହି ପ୍ରତିକ୍ରିୟାର ଭିଡିଓ କ୍ଲିପକୁ ବିଜେଡି ଓ କଂଗ୍ରେସ ନେତାମାନେ କଡା ସମାଲାଚନାତ୍ମକ ଟିପ୍ପଣୀ ଲେଖିଥିଲେ । ନିସର୍ତ୍ତ କ୍ଷମା ପ୍ରାର୍ଥନା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ । ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ସମ୍ବିତ କ୍ଷମା ମାଗନ୍ତୁ, ନହେଲେ ଦୃଢ଼ ବିରୋଧ କରାଯିବ । ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ଦଳ ଖୋଲା ଚେତାବନୀ ଦେଇଛି । ଗତକାଲି ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବ କଂଗ୍ରେସର ଶତାଧିକ କର୍ମୀ ସମ୍ବିତଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଥିଲେ । ଦଳ ଏହା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking