30.1 C
Bhubaneswar
Monday, May 6, 2024
Homeଅପରାଧ୯ ବର୍ଷୀୟ ଝିଅକୁ ପ୍ରଥମେ ବଳାତ୍କାର ପରେ ନିର୍ମମ ହତ୍ୟା

୯ ବର୍ଷୀୟ ଝିଅକୁ ପ୍ରଥମେ ବଳାତ୍କାର ପରେ ନିର୍ମମ ହତ୍ୟା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରେୱାରେ ଅଭାବନୀୟ ଘଟଣା। ଜଣେ ୯ ବର୍ଷୀୟ ଝିଅକୁ ତାଙ୍କରି ଘରର ଭିତରରେ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପରିବାର ଓ ସ୍ଥାନୀୟ ଲୋକ ବିକ୍ଷୋଭ କରିବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଆଜି ପ୍ରକାଶ କରିଛନ୍ତି। ମଙ୍ଗଳବାର ରାତିରେ ପ୍ରବଳ ଗରମ ହେବାରୁ ନାବାଳିକା ଜଣଙ୍କ ତାଙ୍କ ଭାଇଙ୍କ ସହ ଅଗଣାରେ ଶୋଇବାକୁ ଯାଇଥିଲେ। ସେମାନଙ୍କ ମା’ ଅସୁସ୍ଥ ଥିବାରୁ ସେ ଘର ଭିତରେ ଶୋଇଥିଲେ। ତାଙ୍କର ଆଉ ଦୁଇ ଜଣ ମଧ୍ୟ ଘର ଭିତରେ ଶୋଇଥିବା ବେଳେ ବାପା କୌଣସି କାମରେ ମୁମ୍ବାଇ ଯାଇଥିଲେ। ରାତି ପ୍ରାୟ ୨ଟା ହେବ ଘରର ବଡ଼ ଝିଅ ଟଏଲେଟ ପାଇଁ ଉଠିଥିଲେ। ହେଲେ ଘର ଅଗଣାର ଗୋଟିଏ କଡ଼ରେ ୯ ବର୍ଷର ଝିଅଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇ ଚିତ୍କାର କରିଥିଲେ। ଏହାପରେ ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ଏସ୍‌ପି ବିବେକ କୁମାର ଲାଲ ବୁଧବାର ସକାଳୁ ଗୋଟିଏ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଘର ସହ ପରିଚିତ ଥିବା କେହି ଜଣେ ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ପୁଲିସ୍‌ ଏବେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍‌ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରି ନଥିବାରୁ ଗୁରୁବାର ପରିବାର ଓ ସ୍ଥାନୀୟ ଲୋକ ଜନଗହଳୀପୂର୍ଣ୍ଣ ଜାୱା ରାସ୍ତାକୁ ଅବରୋଧ କରିଥିଲେ। ପୁଲିସ୍‌ ଓ ପ୍ରଶାସନ ସେମାନଙ୍କୁ ଦୀର୍ଘ ଘଣ୍ଟା କାଳ ବୁଝାଇବା ପରେ ରାସ୍ତା ରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking