32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପାର୍କରେ ୫ ବର୍ଷର ଛୋଟ ଝିଅକୁ କାମୁଡ଼ିଲା ପୋଷା କୁକୁର ; ମାଲିକ ଗିରଫ

ପାର୍କରେ ୫ ବର୍ଷର ଛୋଟ ଝିଅକୁ କାମୁଡ଼ିଲା ପୋଷା କୁକୁର ; ମାଲିକ ଗିରଫ

ଚେନ୍ନାଇ : ଚେନ୍ନାଇରେ ଘଟିଛି ଅଭାବନୀୟ ଘଟଣା । ରବିବାର ସନ୍ଧ୍ୟାରେ ଚେନ୍ନାଇର ଏକ ପାର୍କରେ ୫ ବର୍ଷର ଛୋଟ ଝିଅଟି ଖେଳୁଥିଲା। ଏତିକି ବେଳେ ସେଠାକାର ଜଣେ ବ୍ୟକ୍ତି ନିଜର ଦୁଇ ରାଟ୍‌ଓ୍ୱିଲର୍‌ ପ୍ରଜାତିର ପୋଷା କୁକୁରକୁ ନେଇ ପାର୍କ ବୁଲିବାକୁ ଆସିଥିଲେ। ଏତିକି ବେଳେ ସେ ନିଜ କୁକୁରମାନଙ୍କୁ ଖୋଲା ଛାଡି ଦେଇଥିଲେ। ଛୋଟା ପିଲାକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଏହା ଦେଖି ଝିଅର ବାପା ମା’ ପାଟି କରିବା ସହ ଦୌଡି ଆସିଥିଲେ। ପରେ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁନି ଝିଅର ବାପା ଉକ୍ତ ପାର୍କରେ ହୋମ୍‌ଗାର୍ଡ ରୂପେ କାମ କରନ୍ତି। ଏହି ଘଟଣାରେ ପୁଲିସ ଏକ ବେପରୁଆ ମାମଲା ରୁଜୁ କରି ପୋଷା କୁକୁର ମାଲିକଙ୍କୁ ଗିରଫ କରିଛି। ଏଥିସହ କୁକୁରଙ୍କ ଦେଖାରେଖା କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଥିସହ ଆକ୍ରମଣାତ୍ମକ ପ୍ରଜାତିର କୁକୁରଙ୍କୁ ପୋଷା ଜନ୍ତୁ ଭାବେ ଘରେ ରଖିବାକୁ ନେଇ ମଧ୍ୟ ଚାରିଆଡୁ ତାଙ୍କୁ ବିରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking