33.3 C
Bhubaneswar
Friday, June 13, 2025
Homeଓଡିଶାସ୍ତ୍ରୀକୁ ମାଡମାରି ଝିଅକୁ ନେଇଯିବା ଅଭିଯୋଗରେ ସ୍ୱାମୀ ଗିରଫ

ସ୍ତ୍ରୀକୁ ମାଡମାରି ଝିଅକୁ ନେଇଯିବା ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ମାଆକୁ ମାଡମାରି ଝିଅକୁ ମାଆ ଛଡାଇ ନେବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଞ୍ଚଳର ସଞ୍ଜୟ କୁମାର ସେଠୀ ଓରଫ ଗଣେଷ(୪୫) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଓ ଅଭିଯୁକ୍ତ ସଞ୍ଜୟ କୁମାର ସେଠୀଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲ ନଥିବାରୁ ଗତ ୪ ବର୍ଷ ହେବ ସେମାନେ ଅଲଗା ରହୁଛନ୍ତି । ଅଭିଯୋଗକାରିଣୀ ତାଙ୍କର ଝିଅଙ୍କ ସହିତ ଚନ୍ଦକା ଅଞ୍ଚଳରେ ଭଡାରେ ରହୁଥବା ବେଳେ ସେ ନିଜର ଜୀବିକା ପାଇଁ ସମ୍ ହସ୍ପିଟାଲ ନିକଟରେ ଏକ ଭେରାଇଟ୍ ଷ୍ଟୋର ଖୋଲିଛନ୍ତି । ଅଭିଯୁକ୍ତ ସଞ୍ଜୟ କୁମାର ସେଠୀ ଜଣେ ଅସାମାଜିକ ବ୍ୟକ୍ତି ଓ ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକା ମାମଲା ରହିଛି । ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କର ଭେରାଇଟି ଷ୍ଟୋର ନିକଟକୁ ଆସିଥିଲେ ଓ ତାଙ୍କର ଝିଅକୁ ନିଜ ସହିତ ନେବା ପାଇଁ ଚେଷ୍ଟା କରିଥିଲେ । ଅଭିଯୋଗକାରିଣୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ସେ ତାଙ୍କର ଝିଅକୁ ଅଭିଯୁକ୍ତଙ୍କ ସହିତ ଯିବା ପାଇଁ ବିରୋଧ କରିଥିଲେ । ଏଥିରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ତାଙ୍କ ଝିଅକୁ ନେଇ ଚାଲି ଯାଇଥିଲେ । ଅଭିଯୋଗକାରିଣୀ ଏନେଇ ଭରତପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମାଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ମାର୍ଶାଘାଇରୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking