36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଭାରତୀୟ ଛାତ୍ରଙ୍କୁ ଅଷ୍ଟ୍ରେଲିଆରେ ଛୁରୀ ଭୁଷି ହତ୍ୟା

ଭାରତୀୟ ଛାତ୍ରଙ୍କୁ ଅଷ୍ଟ୍ରେଲିଆରେ ଛୁରୀ ଭୁଷି ହତ୍ୟା

ନୂଆଦିଲ୍ଲୀ : ଭାରତୀୟ ଛାତ୍ରଙ୍କୁ ଅଷ୍ଟ୍ରେଲିଆରେ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ କର୍‌ନାଲ୍‌ର ୨୨ ବର୍ଷୀୟ ନବଜିତ ସାନ୍ଧୁ। ସେ ଏମ୍‌ଟେକ୍‌ ଛାତ୍ର ଥିଲେ। ରବିବାର ମେଲବର୍ଣ୍ଣ ଠାରେ ଅନ୍ୟ କିଛି ଛାତ୍ରଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଏହାପରେ ତାଙ୍କ ଉପରକୁ ଅନ୍ୟ ଛାତ୍ରମାନେ ଛୁରୀରେ ଆକ୍ରମଣ କରିଥିଲେ। ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେପଟେ ଏହି ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ମଧ୍ୟ ହୋଇଛନ୍ତି।ନବଜିତଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଅଷ୍ଟ୍ରେଲିଆରେ ବସତାଡା ଗାଁର ୪ ଅନ୍ୟ ଛାତ୍ରଙ୍କ ସହ ରହୁଥିଲେ। ତେବେ ରବିବାର ଭଡା ଟଙ୍କାକୁ ନେଇ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏତିକି ବେଳେ ନବଜିତଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ନେଇ ତାଙ୍କ ସାଙ୍ଗମାନେ ଫୋନ୍‌ କରି ଜଣାଇଥିଲେ। ହରିଆଣାର ଦୁଇ ଭାଇ ନବଜିତଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ପୁଅର ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ସରକାରଙ୍କୁ ପୁଅର ମୃତଦେହକୁ ଭାରତ ଫେରାଇ ଆଣିବାକୁ ଗୁହାରି କରିଛନ୍ତି। ନବଜିତଙ୍କ ବାପା ଜୀତେନ୍ଦ୍ର ସାନ୍ଧୁଙ୍କ କହିବା ମୁତାବକ, ୨୦୨୨ରେ ଷ୍ଟଡି ଭିସାରେ ନବଜିତ ଅଷ୍ଟ୍ରେଲିଆ ଆସିଥିଲେ। ଏଠାରେ ରହି ସେ ଏମ୍‌ ଟେକ୍‌ କରୁଥିଲେ। ସେ ଜଣେ ଭଲ ଛାତ୍ର ଥିଲେ। ସେ ପାଠ ପଢ଼ିବା ସହ ସେଠାରେ କାମ ମଧ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking