32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରାକ୍ଟର ଓଲଟି ୫ ଜଣ ପିଲାଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ରାକ୍ଟର ଓଲଟି ୫ ଜଣ ପିଲାଙ୍କ ମୃତ୍ୟୁ

ଭୋପାଳ: ଭଉଣୀ ବାହାଘରରେ ପାଣିର ଆବଶ୍ୟକତା ହେବ ବୋଲି ପାଣି ଆଣିବାକୁ ଯାଉଥିଲା ଭାଇ । ପାଣି ଟ୍ୟାଙ୍କର ଆଣିବା ପାଇଁ ଟ୍ରାକ୍ଟରରେ କିଛି ପିଲା ଯାଉଥିଲେ । ଭାବିଥିଲେ ପାଣି ଟ୍ୟାଙ୍କର ନେଇ ଆସିଲେ ବାହାଘରରେ ଲାଗିବ । ହେଲେ ଅଧାରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ୫ ପିଲା । ଭଉଣୀର ବାହାଘର ଦେଖିବା ବଦଳରେ ଆରପାରିକୁ ଚାଲିଗଲା ଭାଇ । ଏହାସହିତ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜବଲପୁର ଜିଲ୍ଲାର ଚରଗାଓଁ ପୋଲିସ ଥାନା କ୍ଷେତ୍ରର ତନେଟା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସକାଳ ପ୍ରାୟ ୯ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ପ୍ରାଣ ହରାଇଥିବା ପିଲାଙ୍କ ବୟସ ୧୦ରୁ ୧୬ ବର୍ଷ ବୋଲି ଜଣାପଡିଛି । ଆହତ ପିଲାମାନଙ୍କର ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ଏହି ମାମଲାରେ ଅତିରିକ୍ତ ଏସପି ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି,”ପ୍ରାଣ ହରାଇଥିବା ସମସ୍ତ ଶିଶୁ ସମ୍ପର୍କୀୟ ଅଟନ୍ତି । ସମସ୍ତେ ତିନେଟା ଗ୍ରାମର ବାସିନ୍ଦା ଥିଲେ । ଏହି ସମସ୍ତ ପିଲା ଟ୍ରାକ୍ଟରରେ ପାଣି ଆଣିବାକୁ ଯାଉଥିଲେ । ଧର୍ମେନ୍ଦ୍ର ଠାକୁର (୧୮ ବର୍ଷ) ଏହି ଟ୍ରାକ୍ଟର ଚଳାଉଥିଲେ । ଆଜି ଧର୍ମେନ୍ଦ୍ର ଠାକୁରଙ୍କ ଭଉଣୀଙ୍କ ବିବାହ ରହିଥିଲା । ଘରୁ ବାହାରିବାର ଅଳ୍ପ ଦୂରରେ ହିଁ ଦୁର୍ଘଟଣା ହୋଇଥିଲା ।

ଦୁର୍ଘଟଣା ଘଟିବା ମାତ୍ରେ ଗ୍ରାମବାସୀମାନେ ଦୌଡିଥିଲେ । ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଏହି ଦୁର୍ଘଟଣାରେ ଅନୁପ ବରକେଡେ (୧୨), ରାଜଭୀର ଗୋଣ୍ଡ (୧୩), ଦେବେନ୍ଦ୍ର ବରକଡେ (୧୫), ଲକି ମାର୍କାମ (୧୦) ଏବଂ ଟ୍ରାକ୍ଟର ଚଳାଉଥିବା ଧର୍ମେନ୍ଦ୍ର ଠାକୁରଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ଦଲପତ(୧୨), ବିକାଶ (୧୦)ଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ । ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ୫୦,୦୦୦ ଟଙ୍କା ଏବଂ ଆହତମାନଙ୍କୁ ୧୦,୦୦୦ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତ ପିଲାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking