32.1 C
Bhubaneswar
Sunday, May 19, 2024
Homeଓଡିଶା୩୫ ମାଓବାଦୀଙ୍କ ଆତ୍ମସମର୍ପଣ

୩୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସକୁ ବଡ଼ ସଫଳତା ମିଳିଛି । ୩୫ ଜଣ ନକ୍ସଲ ମାଓ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଦନ୍ତେୱାଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ ଭାବେ କାମ କରୁଥିବା ଏହି ମାଓବାଦୀମାନେ ସଂଗଠନରେ ଚାଲିଥିବା ଭେଦଭାବ, ନିର୍ଯାତନା ଏବଂ ମହିଳାଙ୍କ ପ୍ରତି ଅସଦାଚରଣ ଯୋଗୁଁ ସଂଗଠନ ଛାଡ଼ିଥିବା କହିଛନ୍ତି ।

ନିରୀହ ଜନତାଙ୍କୁ ଟାର୍ଗେଟ କରିବା ନକ୍ସଲଙ୍କର ମୂଳ ଉଦେଶ୍ୟ ବୋଲି କହିଛନ୍ତି । ପୁଲିସ ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ‘ଘରକୁ ଫେରିଆସ’ ଯୋଜନାରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ଦୀର୍ଘ ଦିନ ଧରି ସଂଗଠନ ଛାଡ଼ିବାର ଯୋଜନା କରିସାରିଥିଲେ । ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୟାସ କରାଯାଉଥିବା ଜଣାପଡ଼ିଛି । ଲଗାତାର ପୁଲିସର ଚଢଉରେ ଏମାନେ ଏକ ପ୍ରକାର ଆତଙ୍କିତ ହୋଇପଡ଼ିଥିଲେ । ନିଜର ଜୀବନ ବଞ୍ଚାଇବା ସହ ପରିବାର ପାଇଁ ଆଗକୁ କିଛି କରିବାର ଇଚ୍ଛା ନେଇ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ହିଂସା ଛାଡ଼ି ଏମାନେ ଅହିଂସା ପଥକୁ ଆପଣେଇବା ପରେ ପୁଲିସ ଏବଂ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking