36.1 C
Bhubaneswar
Saturday, May 18, 2024
Homeଅପରାଧପୁଅ-ବୋହୂଙ୍କୁ ଗୋଡାଇ ଗୋଡାଇ ପିଟିଲେ ଶ୍ୱଶୁର

ପୁଅ-ବୋହୂଙ୍କୁ ଗୋଡାଇ ଗୋଡାଇ ପିଟିଲେ ଶ୍ୱଶୁର

ଭଦ୍ରକ: ଜିଲ୍ଲା ନଳଗୋହିରା ଗ୍ରାମରେ ଅଭାବନୀୟ ଘଟଣା । ଦୁଇ ପୁଅ ବୋହୂକୁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲେ ଶ୍ୱଶୁର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ନଳଗୋହିରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ଭିଡିଓ ମଧ୍ୟ ଭାଇରାଲ ହେଉଛି । ୨ ପୁଅ ୨ ବୋହୂଙ୍କୁ ବାଡିରେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ବାଡିରେ ପିଟିଥିବା ବୃଦ୍ଧ ପିତା ତ୍ରିଲୋଚନ ସାହୁଙ୍କ ଗିରଫ ଦାବି କରାଯାଇଛି । ଅଭିଯୋଗକାରୀ ପକ୍ଷ ତଥା ବୃଦ୍ଧଙ୍କ ପୁଅ, ବୋହୂ ସମେତ ଝିଅ ସସ୍ମିତା ସାହୁ ପ୍ରମୁଖ ମିଳିତ ଭାବେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଭେଟି ଏପରି ଦାବି କରିଛନ୍ତି । ତେବେ ଏହି ଘଟଣାକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଥାନା ଅଧିକାରୀ ଉଚିତ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବୃଦ୍ଧ ପିତା ତ୍ରିଲୋଚନ ସାହୁ, ପୁଅ ସଦାନନ୍ଦ ସାହୁ, ନାତି ସୌମ୍ୟ ରଞ୍ଜନ ସାହୁ ଏବଂ ବୋହୂ କାଞ୍ଚନାବାଳା ସାହୁ ପ୍ରମୁଖ ଜମିବାଡି ବିବାଦକୁ ନେଇ ଅଭିଯୋଗକାରୀ ପକ୍ଷଙ୍କ ସହିତ ଶତୃତା ଲାଗି ରହିଥିଲା ।

କୋର୍ଟରେ ମାମଲା ଚାଲୁଥିବା ବେଳେ ଅଭିଯୁ୍କ୍‌ତ ପକ୍ଷରୁ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବାଡି ସାହାଯ୍‌ଯରେ ଆକ୍ରମଣ କରିଥିଲେ । ଏହାସହିତ ବଡ ପୁଅ ମନ୍ଦ ଉଦ୍ଦେଶ୍ୟ ରଖି ଟଣା ଓଟରା କରିବା ସହିତ ନିର୍ଯାତନା କରିଥିଲେ । ଶ୍ୱଶୁରଙ୍କ ମାଡରେ ଦୁଇ ବୋହୂ ଏବଂ ପୁଅ ଆହତ ହୋଇଥିଲେ । ଆକ୍ରମଣରେ ମୁଣ୍ଡରୁ ରକ୍ତସ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ବୋହୂ ମୂର୍ଚ୍ଚା ହୋଇଯାଇଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ସେମାନେ ସାମୟିକ ସୁସ୍ଥ ହୋଇଥିଲେ ମଧ୍ୟ ଏଯାବତ ସମ୍ପୁର୍ଣ୍ଣ ସୁସ୍ଥ ହୋଇନଥିବା ଜଣାପଡିଛି । ଆକ୍ରମଣରେ ଶିକାର ହୋଇଥିବା ବୃଦ୍ଧଙ୍କ ସାନ ପୁଅ ମଧୁସୂଦନ ଜଣେ ବାତରୋଗୀ । ଏପରି ସ୍ଥଳେ ସେମାନେ ପରିବାର ପୋଷଣ କରିବା ଅସମ୍ଭବ ହୋଇ ପଡିଛି । ଅନ୍ୟପଟେ ବୃଦ୍ଧଙ୍କ ବଡ ବୋହବ ସଂପ୍ରତି ନାନାଦି ଧମକ୍ ଚମକ୍ ଦେଇଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ଜାମିନ୍ ବଳରେ ତାଙ୍କ ସ୍ୱାମୀ ଘରକୁ ଫେରିଲେ ସମସ୍ତଙ୍କୁ ଜୀବନରୁ ମାରିଦେବ ବୋଲି ଚେତାବନୀ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ପକ୍ଷରୁ ଉଚିତ ନ୍ୟାୟ ପ୍ରଦାନ ପୂର୍ବ ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ତ୍ରିଲୋଚନ ଏବଂ ବଡ ବୋହୁ କାଞ୍ଚନକୁ ଗିରଫ୍ କରିବା ଲାଗି ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking