27.1 C
Bhubaneswar
Saturday, July 27, 2024
Homeଓଡିଶାଫେକ୍ ନ୍ୟୁଜର ଫ୍ୟାକ୍ଟ୍ରି ଭଳି କାମ କରୁଛି ବିଜେପି : ଭୃଗୁ ବକ୍ସିପାତ୍ର

ଫେକ୍ ନ୍ୟୁଜର ଫ୍ୟାକ୍ଟ୍ରି ଭଳି କାମ କରୁଛି ବିଜେପି : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ବିଜେପିର ଅପପ୍ରଚାର ଉପରେ ବର୍ଷିଲା ବିଜେଡି । ବିଜେପିର ପ୍ରଚାର ଢାଞ୍ଚାକୁ ତୀବ୍ର ନିନ୍ଦା କଲା ବିଜେଡି । ତୀବ୍ର ନିନ୍ଦା କଲେ ଭୃଗୁ ବକ୍ସିପାତ୍ର । ରାଜନୀତିରେ ଶାଳୀନତା ରକ୍ଷା କରିବାକୁ ବିଜେଡି ବିଜେପିକୁ ପରାମର୍ଶ ଦେଇଛି । ଓଡିଶାକୁ ପ୍ରତ୍ୟେକ ଦିନ ନୂଆ ନୂଆ ଟୁରିଷ୍ଟ ନେତା ଆସୁଛନ୍ତି ବୋଲି ସେ କହିଛନ୍ତି । ଟୁରିଷ୍ଟ ନେତାଙ୍କୁ ସାଇବେରିଆନ ପକ୍ଷୀ ସହ ତୁଳନା କରିଛନ୍ତି ଭୃଗୁ । ସେ କହିଛନ୍ତି ନିର୍ବାଚନ ପରେ ପଳେଇବେ ଓ ୨୦୨୯ରେ ପୁଣି ଆସିବେ । ମହାପ୍ରଭୁ ଜଗନ୍ନାଥଙ୍କୁ ବି ଛାଡିଲେନି ଏହି ନେତା । ଫେକ୍ ନ୍ୟୁଜର ଫ୍ୟାକ୍ଟ୍ରି ଭଳି କାମ କରୁଛି ବିଜେପି । ସେ କହିଛନ୍ତି କି ପରିକ୍ରମାରେ ୪ହଜାର କୋଟି ଖର୍ଚ୍ଚ ନେଇ ଅପପ୍ରଚାର କରୁଛି ବିଜେପି । ହେଲେ ପରିକ୍ରମା ପାଇଁ ଖର୍ଚ୍ଚ ବୋଇଛି ୩୨୫ କୋଟି ଟଙ୍କା । ୪୨୦୦ କୋଟି ଅବଢା ଯୋଜନା ଆଛି । ଅଭ୍ୟାସଗତ ମିଛ କହିବା ଛାଡୁ ନାହାନ୍ତି ବିଜେପି ନେତା । ଆଗକୁ ସେ କହିଛନ୍ତି ପ୍ରଚାରକୁ ନୂଆ ଦିଗ ଦେବାକୁ ରତ୍ନଭଣ୍ଡାର କଥା ଉଠାଉଛନ୍ତି ବିଜେପି ନେତା । ରତ୍ନଭଣ୍ଡାର କଥା କହି ପୂର୍ବରୁ ନିର୍ବାଚନ ଲଢିଥିଲେ । ମାତ୍ର କିଛି ଶିଖିଲେ ନାହିଁ । ଏବେ ନୂଆ ପ୍ରସଙ୍ଗ ନପାଇ ପୁରୁଣା ସ୍କ୍ରିପ୍ଟ ପଢୁଛନ୍ତି । ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ସରିବ । ବିଚାରପତିଙ୍କ ତତ୍ତ୍ୱାବଧାନରେ ସବୁ କଥା ହେବ । ପ୍ରଭୁଙ୍କ କଥା ନେଇ ରାଜନୀତିି କରୁଥିବା ନେତାଙ୍କ ପରାଜୟ ବୋଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking