35.1 C
Bhubaneswar
Thursday, May 23, 2024
Homeଦେଶ ବିଦେଶଦୁଇ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ ଓ ପୁଅ

ଦୁଇ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ସ୍ୱାମୀ ଓ ପୁଅ

ମୁମ୍ବାଇ: ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡି ସନ୍ଦେହରେ ଦୁଇ ଆଦିବାସୀ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ । ଗ୍ରାମସଭାରେ ସେମାନଙ୍କୁ ୩ଘଣ୍ଟା ନିର୍ଯାତନା ଦେବାପରେ ଏକ କିଲୋମିଟର ଯାଏ ଜଙ୍ଗଲକୁ ଟାଣି ନେଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଘଟଣା ଘଟାଇଥିବା ବ୍ୟକ୍ତମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ । ମହାରାଷ୍ଟ୍ର ଗାଡଚିରୋଲିର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକମାନେ ହେଲେ ୫୨ବର୍ଷୀୟ ଜାମନି ତେଲାମି ଓ ୫୭ବର୍ଷୀୟ ଡିୟୁ ଆଟଲାମି ।

ଏହି ଘଟଣା ନେଇ ମୃତକଙ୍କ ଜଣେ ସଂପର୍କୀୟ ସାଡୁ ମୋହୁଣ୍ଡା ପୋଲିସରେ ଅଭିଯୋଗ କରିଥିଲେ । ଗୁରୁବାର ଦିନ ଇଟାପାଲି ତାଲୁକର ଜଙ୍ଗଲ ହାମଲେଟ ନିକଟରେ ଥିବା ଏକ ନାଳରୁ ପୋଲିସ ୨ଜଣଙ୍କର ମୃତଦେହ ଉଦ୍ଧାର କରିଛି । ପୋଲିସ ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଓ ପୁଅଙ୍କ ସମେତ ମୋଟ୍ ୧୫ଜଣଙ୍କୁ ଗିରଫ କରିଛି । ଏହାପରେ ସେମାନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନିଆଯାଇଛି । ସୂଚନା ଅନୁଯାୟୀ, ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା । ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା । ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା । । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଲେ ତେଲାମିଙ୍କ ସ୍ୱାମୀ ଦିବାକର ଓ ପୁଅ ଦେବଜୀ ।

ଜାମନି ତେଲାମି ଭାସାମୁଣ୍ଡି ଗାଁରେ ଥିବା ତାଙ୍କ ବାପଘରେ ରହୁଥିଲେ । ତାଙ୍କୁ ସ୍ୱାମୀ ଏବଂ ପୁଅ ରହୁଥିବା ବାର୍ସୱାଡା ଗାଁରେ ହେଉଥିବା ପଞ୍ଚାୟତକୁ ଡକାଯାଇଥିଲା । ସେମାନଙ୍କ ନିର୍ଦ୍ଦେଶକୁ ପାଳନ କରି ତେଲାମି ତାଙ୍କ ଭାଇଙ୍କ ସହ ସେଠାରେ ପହଞ୍ଚିଥିଲେ । ସେଠାରେ ଆଦିବାସୀମାନେ ତାଙ୍କୁ ମାଡ଼ ମାରିବା ସହ ଗୁଣିଗାରେଡି କରୁଥିବା ସହଯୋଗୀଙ୍କ ନାଁ ପଚାରିଥିଲେ । ଜାମନି ତେଲାମି ଆଟଲାମିଙ୍କ ନାମ ପ୍ରକାଶ କରିଥିଲେ । ଗ୍ରାମବାସୀ ଆଟଲାମିଙ୍କୁ ତାଙ୍କ ଘରୁ ଟାଣି ନେବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ଜଙ୍ଗଲକୁ ନେଇ ନିଆଁ ଲଗାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking