30.1 C
Bhubaneswar
Sunday, June 16, 2024
Homeଖାଦ୍ୟପୋଟଳର ଏହି ସ୍ୱାଦିଷ୍ଟ ରେସିପି ଥରେ ଟେଷ୍ଟ କରନ୍ତୁ; ସବୁବେଳେ ଖାଇବାକୁ ଇଛା ହେବ

ପୋଟଳର ଏହି ସ୍ୱାଦିଷ୍ଟ ରେସିପି ଥରେ ଟେଷ୍ଟ କରନ୍ତୁ; ସବୁବେଳେ ଖାଇବାକୁ ଇଛା ହେବ

ଭୁବନେଶ୍ୱର : ପରିବା ମଧ୍ୟରେ ପୋଟଳକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି । ଛୋଟ ଛୁଆ ସାଧାରଣତଃ ଅନ୍ୟ ପାରିବ ଅପେକ୍ଷା ପୋଟଳକୁ ବେଶୀ ଖାଇବାକୁ ପସନ୍ଦ କରନ୍ତି । ପୋଟଳ ଭଜା ହେଉକି କଷା ଖାଇବାକୁ ଭାରି ଭଲ ଲାଗିଥାଏ । ତେବେ ଭାତ ହେଉ କିମ୍ବା ରୁଟି ସହ ପୋଟଳ କଷାର ସ୍ୱାଦ ଆଶ୍ଚର୍ଯ୍ୟଜଣକ ଭାବେ ଆପଣଙ୍କ ପାଟିକୁ ସ୍ୱାଦ ଦେଇଥାଏ । ତେବେ ଚାଲନ୍ତୁ ଶିଖିବା ସ୍ୱାଦିଷ୍ଟ ପୋଟଳ ମସଲା :

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପୋଟଳ ଓ ଆଳୁକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ । ଏହାପରେ କରେଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୋଟଳ ଓ ଆଳକୁ ଫ୍ରାଏ କରି ଦିଅନ୍ତୁ। ଏହାପରେ ପ୍ୟାନ୍‌ରେ ମସଲା କଷିବା ପାଇଁ ତେଲ ଦିଅନ୍ତୁ। ସେଥିରେ କିଛି ଚିନି ସହ ଡାଲଚିନି ଓ ଗୁଜରାତି ପକାନ୍ତୁ। ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ଲାଲ ହେବା ପରେ ସେଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ। ମସଲାରେ ଲୁଣ,ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ। ଏହାପରେ ସେଥିରେ ଟିକି ଟିକି କଟା ଟମାଟୋ ପକାଇ କଷନ୍ତୁ। ମସଲା ଭଲ ଭାବରେ କଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ଏହା ଭଲ ଭାବେ ଫୁଟିବା ପରେ ସେଥିରେ ଫ୍ରାଏ ହୋଇଥିବା ପୋଟଳ ଓ ଆଳକୁ ପକାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଢାଙ୍କୁଣି ଦେଇ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଭଲଭାବେ କଷି ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ତାହା ଉପରେ ଧନିଆ ପତ୍ର ଦେଇ ପରଷି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ପୋଟଳ ମସଲା। ଏହାକୁ ଆପଣ ଭାତ, ରୁଟି କିମ୍ବା ପରଟା ସହ ଖାଇ ପାରିବେ।
ଆବଶ୍ୟକ ସାମଗ୍ରୀ: ପୋଟଳ, ତେଲ, ଡାଲଚିନି, ଗୁଜରାତି, ଚିନି, ପିଆଜ, ଅଦା, ରସୁଣ, ଟମାଟୋ, ଲୁଣ,ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ,ଦହି , ଗରମ ମସଲା, ଧନିଆ ପତ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking