30.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ ପ୍ରଚଣ୍ଡ ଖରା : ହିଟ୍ ୱେଭ୍ ପାଇଁ ସତର୍କତା ଜାରି

ରାଜଧାନୀ ଦିଲ୍ଲୀରେ ପ୍ରଚଣ୍ଡ ଖରା : ହିଟ୍ ୱେଭ୍ ପାଇଁ ସତର୍କତା ଜାରି

ନୂଆଦିଲ୍ଲୀ : ରାଜସ୍ଥାନରେ ସର୍ବାଧିକ ତାପମାତ୍ରା ୪୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଦିଲ୍ଲୀ ଏନସିଆରରେ ଭାରତୀୟ ପାଣିପାଗ ବିଭାଗ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି। ଉତ୍ତର ଭାରତରେ ପ୍ରବଳ ଗରମ ଜାରି ରହିବା ନେଇ ସତର୍କ ସୂଚନା ଜାରି ହୋଇଛି।ବୁଧବାର ଦିନ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ରାଜସ୍ଥାନର ବାଡ଼ମେର, ଯେଉଁଠାରେ ସର୍ବାଧିକ ତାପମାତ୍ରା ୪୮.୦ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ସାଧାରଣ ତାପମାତ୍ରା ଅପେକ୍ଷା ୫.୭ ଡିଗ୍ରୀ ଅଧିକ ଥିଲା। ହରିୟାଣାର ସିର୍ସା ଦ୍ୱିତୀୟ ସ୍ଥାନରେ ଥିଲା, ଯେଉଁଠାରେ ମର୍କର ୪୭.୭ ଡିଗ୍ରୀ ସେଲସିୟସ ଥିଲା ତାପମାତ୍ରା। ସେହିପରି ପଞ୍ଜାବର ଭଟିଣ୍ଡା ଏବଂ ଗୁଜୁରାଟର କାଣ୍ଡଲା ସର୍ବାଧିକ ୪୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୟୁପିରେ ବାରାଣାସୀରେ ତାପମାତ୍ରା ୪୫.୦ ଡିଗ୍ରୀ, ମହାରାଷ୍ଟ୍ରର ଆକୋଲାରେ ୪୪.୦୮ ଡିଗ୍ରୀ ଏବଂ ହିମାଚଳ ପ୍ରଦେଶର ଉନାଓରେ ୪୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଚଣ୍ଡିଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ପରିସ୍ଥିତି ସୃଷ୍ଟି ହେବନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହିମାଚଳ ପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, ମଧ୍ୟପ୍ରଦେଶ ମହାରାଷ୍ଟ୍ର, ଗୁଜୁରାଟ, ଏବଂ କୋଚିରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ଜାରି ରହିବା ନେଇ ସୂଚନା ମିଳିଛି।ଛତିଶଗଡ଼ ଓ ଓଡ଼ିଶାରେ ଖରା-ଗରମ ଲାଗିରହିଥିଲେ ମଧ୍ୟ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking