29.1 C
Bhubaneswar
Monday, May 6, 2024
Homeଓଡିଶାସିକନ୍ଦରାବାଦରେ ଝୁଲିପଡିଲେ ଓଡିଆ ଯୁବକ

ସିକନ୍ଦରାବାଦରେ ଝୁଲିପଡିଲେ ଓଡିଆ ଯୁବକ

ସିକନ୍ଦରାବାଦ : ସିକନ୍ଦରାବାଦରେ ଓଡିଆ ପୁଅଙ୍କର ମୃତ ଘଟିଛି । ସୋରରୁ ଯାଇ ସିକନ୍ଦରାବାଦରେ ଏକ ହୋଟେଲରେ କାମ କରୁଥିଲେ ଓଡିଆ ଯୁବକ । ତବେ ହୋଟେଲ ତରଫରୁ ଆତ୍ମହତ୍ୟା କହୁଯାଉଥିବା ବେଳେ ଯୁବକ ଜଣକ ମରିବା ପୂର୍ବରୁ ଏକ ବ୍ଲାଉଜ ପିନ୍ଧି ବେକରେ ଆପରନ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ ସୃଷ୍ଟି କରିଛି । ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗି ଗ୍ରାମର ଗଣେଶ ଶଙ୍ଖୁଆ ଦୀର୍ଘ ବର୍ଷ ଧରି ସିକନ୍ଦରାବାଦର ଏକ ଘରୋଇ ହୋଟେଲରେ କାମ କରୁଥିଲେ । ଗତ ମଙ୍ଗଳବାର ରାତିରେ ହୋଟେଲର ଏକ ପାଇଖାନା ଘରେ ବେକରେ ଆପ୍ରନ ଲଗାଇ ଝୁଲିପଡିଥିବା ହୋଟେଲର ମାଲିକ ଦେଖି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ଗଣେଶଙ୍କ ପରିବାର ଲୋକେ ଖବର ପାଇ ସୋର ଥାନାରେ ଦ୍ୱାରସ୍ଥ ହେବା ସହିତ ଗଣେଶଙ୍କ ମୃତ ଦେହକୁ ଫେରାଇ ଆଣିବାକୁ ଅନୁରୋଧ କରିଥିବା ଜଣା ପଡ଼ିଛି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking