26.1 C
Bhubaneswar
Tuesday, May 7, 2024
Homeଓଡିଶାପୁଣି ଅଂଶୁଘାତରେ ଗଲା ଆଉ ଏକ ଜୀବନ

ପୁଣି ଅଂଶୁଘାତରେ ଗଲା ଆଉ ଏକ ଜୀବନ

ସୁବର୍ଣ୍ଣପୁର : ପୁଣି ଅଂଶୁଘାତରେ ଗଲା ଆଉ ଜଣଙ୍କର ଜୀବନ । ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ମାଣ୍ଡିଆପଦର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ଜଣଙ୍କ ହେଉଛନ୍ତି ଗାଁର ଅମର ପାଣ୍ଡେ । ଗୁରୁବାର ସନ୍ଧ୍ୟା ୭ଟା ପରେ ମଜୁରୀ କାମ ସାରି ଘରୁକୁ ଫେରିଥିଲେ ଅମର ପାଣ୍ଡେ । ଘରେ ପହଞ୍ଚିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ତାଙ୍କ ପାଟିରୁ ଲାଳ ବାହାରିଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସପିଟାଲକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ସାନ ଭାଇ କହିଛନ୍ତି କି ଖରାରେ କାମ କରୁଥିବା ହେତୁ ତାଙ୍କ ବଡ ଭାଇଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି । ତେବେ ମୃତ ଅମରଙ୍କ ପରିବାରରେ ତାଙ୍କ ପତ୍ନୀ ଓ ଛୋଟ ପୁଅ ଥିବାବେଳେ ଘରେ ଏକମାତ୍ର ରୋଜଗାରିଆ ଥିଲେ ଅମର। ତେବେ ଅମରଙ୍କ ମୃତ୍ୟୁ ପରେ ପରିବାର ଚଳିବାରେ କଷ୍ଟକର ହୋଇପଡିବ । ତେଣୁ ପରିବାରକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଅମରଙ୍କ ଭାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking