32.1 C
Bhubaneswar
Saturday, May 18, 2024
Homeଅପରାଧଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡ ମାମଲା; କାନାଡା ପୁଲିସ୍ ଜାରି କଲା ୩ ଗିରଫ...

ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାକାଣ୍ଡ ମାମଲା; କାନାଡା ପୁଲିସ୍ ଜାରି କଲା ୩ ଗିରଫ ଅଭିଯୁକ୍ତଙ୍କ ଫଟୋ

ଓଟାୱା : ଖଲିସ୍ତାନୀ ସମର୍ଥକ ତଥା ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର (୪୫)ଙ୍କ ହତ୍ୟା ମାମଲାରେ କାନାଡା ପୁଲିସ୍ ହିଟ୍ ସ୍କ୍ୱାଡର ୩ ଜଣଙ୍କୁ ଗିରଫ କରିବା ସହ ଏମାନଙ୍କ ଫଟୋକୁ ସାର୍ବଜନୀନ କରିଛି । ବ୍ରିଟିଶ କଲମ୍ବିଆ ପ୍ରଦେଶର ରାଜଧାନୀ ଏଡ୍‌ମୋନ୍‌ଟନ୍‌ରୁ ଏମାନଙ୍କୁ ଗିରଫ କରିବାରେ କାନାଡା ପୁଲିସ୍ ସଫଳ ହୋଇଛି । ଏହି ୩ ଅଭିଯୁକ୍ତ ହେଲେ କରନ୍ ବ୍ରାର୍ (୨୨), କମଲପ୍ରୀତ ସିଂହ (୨୨) ଏବଂ କରନ୍‌ପ୍ରୀତ୍ ସିଂହ (୨୮) । ଏମାନେ ମୁଖ୍ୟତଃ ପଞ୍ଜାବ ଏବଂ ହରିଆଣାର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ତିନିଜଣଙ୍କୁ ଆଲବର୍ଟାର ଏଡମୋଣ୍ଟନରେ ଗିରଫ କରାଯାଇଥିଲା । ଏମାନେ ମିଳିତ ଭାବେ ନିଜରଙ୍କୁ ଜୁନ୍ ୧୮, ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେ ଅଞ୍ଚଳରେ ହତ୍ୟା କରିଥିବା ପ୍ରମାଣ ମିଳିଛି ବୋଲି କାନାଡା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ।
ଇଣ୍ଟିଗ୍ରେଟେଡ୍ ହୋମିସାଇଡ୍ ଇନ୍‌ଭେଷ୍ଟିଗେସନ୍ ଟିମ୍ (ଆଇଏଚ୍‌ଆଇଟି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏଥିରେ ଏହି ୩ ଅଭିଯୁକ୍ତ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଟୟୋଟା କରୋଲା ଗାଡ଼ିକୁ ମଧ୍ୟ ଜବତ କରାଯାଇଥିବା ଦର୍ଶାଯାଇଛି । ଏତଦ୍‌ବ୍ୟତୀତ ଏମାନେ ଅସ୍ଥାୟୀ ଏବଂ ଛାତ୍ର ଭିସା ଆଧାରରେ ୨୦୨୧ରେ କାନାଡା ଆସିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଅଧ୍ୟୟନ ପାଇଁ ସେଠାରେ ଆଡମିଶନ ନେଇ ନଥିଲେ ବୋଲି ପରବର୍ତ୍ତୀ ସମୟରେ ଜଣାପଡିଥିଲା । ଏଥିସହ ଏହି ୩ ଅଭିଯୁକ୍ତ କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ସହ ମଧ୍ୟ ଜଡିତ ବୋଲି ଆଇଏଚ୍‌ଆଇଟି ନିଜ ରିପୋର୍ଟରେ ଦର୍ଶାଇଛି । ତେବେ ନିଜ୍ଜରକୁ ହତ୍ୟା କରାଯିବା ପଛରେ ଥିବା ଉଦ୍ଦେଶ୍ୟ କିମ୍ବା ଏମାନେ କାହା ନିର୍ଦ୍ଦେଶରେ ଏସବୁ କରିଥିଲେ ସେସବୁ ସମ୍ପର୍କରେ କାନାଡା ପୁଲିସ୍ କୌଣସି ସୂଚନା ଦେଇନାହିଁ ।
ପ୍ରକାଶ, ଭାରତର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ୨୦୨୦ରେ ହରଦୀପ ସିଂହ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା । ଜୁନ୍ ୨୦୨୩ରେ ସୁରେର ଗୁରୁଦ୍ୱାର ନିକଟରେ ଆକ୍ରମଣକାରୀଙ୍କ ଦ୍ୱାରା ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରାଯାଇଥିଲା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ଏବଂ ତାଙ୍କ ସରକାର ନିଜ୍ଜର ହତ୍ୟା ପାଇଁ ଭାରତୀୟ ଏଜେନ୍ସିଗୁଡ଼ିକୁ ଦାୟୀ କରିଥିଲେ । ତେବେ ଭାରତ ସରକାର କାନାଡାର ଦାବିକୁ ଭିତ୍ତିହୀନ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking