30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଗୁଣିଗାରେଡୀ ସନ୍ଦେହ: ମହିଳାଙ୍କ ସମେତ ୨ଜଣଙ୍କୁ ଜୀଅନ୍ତା ଜାଳିଦେଲେ

ଗୁଣିଗାରେଡୀ ସନ୍ଦେହ: ମହିଳାଙ୍କ ସମେତ ୨ଜଣଙ୍କୁ ଜୀଅନ୍ତା ଜାଳିଦେଲେ

ମୁମ୍ବାଇ: ଗୁଣିଗାରେଡୀ କରୁଥିବା ସନ୍ଦେହ କରି ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଜିଲ୍ଲା ଗଡଚିରୋଲି ଅନ୍ତର୍ଗତ ବର୍ଷେୱାଡା ଗ୍ରାମବାସୀମାନେ ଏକଜୁଟ୍ ହୋଇ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଏବଂ ତା’ର ଜଣେ ପୁରୁଷ ସହଯୋଗୀକୁ ଜୀଅନ୍ତା ଜାଳି ଦେଇଛନ୍ତି । ମୃତ ମହିଳାଙ୍କ ନାମ ଜାମ୍‌ନି ଦେବାଜି ତେଲାମି (୫୨) ଏବଂ ମୃତ ପୁରୁଷ ସହଯୋଗୀଙ୍କ ନାମ ଦେଶୁ କାତିଆ ଅତଲାମି (୫୭) ବୋଲି ଜଣାପଡିଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପୋଡା ଶରୀରର ପାଉଁଶ ଓ ହାଡ ଜବତ କରିବା ସହ ଗ୍ରାମର ପ୍ରାୟ ୧୫ଜଣଙ୍କୁ ଗିରଫ କରିଥିବା ଏବଂ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେଇଥିବା ସୂଚନା ମିଳିଛି । ସବୁଠୁ ବଡ଼କଥା ହେଉଛି, ଏହି ନାରକୀୟକାଣ୍ଡ ଘଟଣାରେ ପୁଲିସ ଯେଉଁ ୧୫ ଜଣଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ମୃତ ମହିଳାଙ୍କ ପୁଅ ଦେବାଜୀ ଓ ସ୍ୱାମୀ ଦିବାକର ମଧ୍ୟ ରହିଛନ୍ତି ।
ସୂଚନାନୁସାରେ ଦୁଇଦିନ ପୂର୍ବେ ଆରୋହୀ ବନ୍ଦୁ ତେଲାମୀ ନାମକ ଏକ ସାଢ଼େ ୩ବର୍ଷର ଶିଶୁକନ୍ୟାର ଅସ୍ୱାଭାବିକ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣାରେ ଜାମ୍‌ନି ଦେବାଜି ତେଲାମି ଏବଂ ଦେଶୁ କାତିଆ ଅତଲାମିଙ୍କ ହାତ ଥିବା ଗ୍ରାମବାସୀମାନଙ୍କ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା । ପରେ ବିଳମ୍ବିତ ରାତିରେ ଗ୍ରାମପଞ୍ଚାୟତ ବୈଠକରେ ଗ୍ରାମବାସୀମାନେ ଏହି ଦୁଇଜଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ନିଷ୍ପତ୍ତି ନେଇଥିଲେ । ଗ୍ରାମବାସୀମାନେ ଏକଜୁଟ୍ ହୋଇ ଏହି ଦୁଇଜଣଙ୍କୁ ପ୍ରଥମେ ଦୀର୍ଘ ୩ଘଣ୍ଟା କାଳ ଅକଥନୀୟ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଜଙ୍ଗଲ ରାସ୍ତାରେ ଏହି ୨ଜଣଙ୍କୁ ପ୍ରାୟ ୧ କିମି ପର୍ଯ୍ୟନ୍ତ ଘୋଷାଡିଥିଲେ । ତେବେ ଏତିକିରେ ସରି ନଥିଲା ନିର୍ଯାତନା । ଶେଷରେ ଗାଁ ଲୋକମାନେ ଗ୍ରାମ ପଞ୍ଚାୟତରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ହାତଗୋଡ ବାନ୍ଧି ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିଦେଇଥିଲେ ।
ଜିଲ୍ଲା ଏସ୍‌ପି ଏବଂ ଏସ୍‌ଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମବାସୀମାନେ ନିର୍ଭିକତାର ସହ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି । ପୁଲିସ୍ ଏହି ଅଞ୍ଚଳର ୧୫ଜଣଙ୍କୁ ଗିରଫ କରି ଏବେ ଜେରା କରୁଛି । ପୁଲିସ୍ ଏମାନଙ୍କ ବିରୋଧରେ ଆଇପିସି ଧାରା ୩୦୨, ୩୦୭, ୨୦୧, ୧୪୩, ୧୪୭, ୧୪୯ ଅନ୍ତର୍ଗତ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking