30.1 C
Bhubaneswar
Saturday, May 18, 2024
Homeଓଡିଶାଏମ୍‌ସିଏଲ୍ କୋଇଲା ଖଣିରେ ଭିଜିଲାନ୍ସ ଯାଞ୍ଚ

ଏମ୍‌ସିଏଲ୍ କୋଇଲା ଖଣିରେ ଭିଜିଲାନ୍ସ ଯାଞ୍ଚ

ସମ୍ବଲପୁର: ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍‌)ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପିକେ ପଟେଲ୍‌ଙ୍କ ନେତୃତ୍ୱରେ କମ୍ପାନୀର ସର୍ଭେ, ଖଣି ଏବଂ ଆଇଟି ବିଭାଗର ସମସ୍ତ ବିଶେଷଜ୍ଞ ଓ ଭୁବନେଶ୍ୱରର ସିଏମ୍‌ପିଡିଆଇ ଆରଆଇ-୭ର ସର୍ଭେ ଅଧିକାରୀ ତଥା ଭୂତତ୍ତ୍ୱବିତ୍‌ଙ୍କ ଏକ ମିଳିତ ଟିମ୍ ତାଲଚେର କୋଲ୍‌ଫିଲ୍ଡରେ ଥିବା ଭୁବନେଶ୍ୱରୀ ଓସିପି ଠାରେ ଏବଂ ଇବ୍ ଉପତ୍ୟକା କୋଲ୍ ଫିଲ୍ଡ ଏମ୍‌ସିଏଲ୍‌ରେ ଥିବା ସମଲେଶ୍ୱରୀ ଓସିପି ଠାରେ ମହଜୁଦ୍ ଥିବା କୋଇଲା ଷ୍ଟକ୍‌ର ଯାଞ୍ଚ ସମେତ ଅନ୍ୟାନ୍ୟ ଖଣି ସମ୍ପର୍କୀତ କାର୍ଯ୍ୟକଳାପର ଯାଞ୍ଚ ଗତ ଶୁକ୍ରବାର ଠାରୁ ଆରମ୍ଭ କରିଛନ୍ତି । ଏମ୍‌ସିଏଲ୍‌ରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତମ ଶାସନକୁ ସୁନିଶ୍ଚିତ କରିବା ଦିଗରେ ଏହି ଯାଞ୍ଚ୍ ପ୍ରକ୍ରିୟାକୁ ଏକ ପ୍ରତିଷେଧାତ୍ମକ ସଚେତନତାର ଅଂଶବିଶେଷ ଭାବେ ବର୍ଣ୍ଣନା କରାଯାଉଛି । ପ୍ରକାଶ, କୋଇଲା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, କୋଲ୍ ଇଣ୍ଡିଆର ଅନ୍ୟ ସହାୟକ କମ୍ପାନୀଗୁଡିକରେ ମଧ୍ୟ ଏପ୍ରକାର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking