30.1 C
Bhubaneswar
Saturday, May 18, 2024
Homeଖେଳରୋହିତ ଜୁନିୟର୍ ହକି ଟିମ୍ କ୍ୟାପ୍‌ଟେନ୍‌

ରୋହିତ ଜୁନିୟର୍ ହକି ଟିମ୍ କ୍ୟାପ୍‌ଟେନ୍‌

ନୂଆଦିଲ୍ଲୀ: ୟୁରୋପ ଗସ୍ତ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ଜୁନିୟର୍ ପୁରୁଷ ଟିମ୍ ଘୋଷଣା କରିଛି । ଡିଫେଣ୍ଡର୍ ରୋହିତଙ୍କୁ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଶ୍ରଦ୍ଧାନନ୍ଦ ତିୱାରୀଙ୍କୁ ତାଙ୍କ ଡେପୁଟୀ ନିଯୁକ୍ତ କରାଯାଇଛି । ଏହି ଗସ୍ତ ଅବସରରେ ଭାରତ ମେ ୨୦ରୁ ୨୯ ତାରିଖ ମଧ୍ୟରେ ବେଲ୍‌ଜିୟମ୍‌, ଜର୍ମାନୀ ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ପାଞ୍ଚଟି ମ୍ୟାଚ୍ ଖେଳିବ । ଏହି ତିନି ଦେଶକୁ ଅଭିଜ୍ଞତା ହାସଲ କରିବାରେ ସହାୟତା ପାଇଁ ଏହା ହକି ଇଣ୍ଡିଆର ଉଦ୍ୟମର ଅଂଶବିଶେଷ । ଭାରତ ମେ ୨୦ ତାରିଖରେ ଆଣ୍ଟେ୍ୱର୍ପରେ ବେଲ୍‌ଜିୟମ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ପରେ ବ୍ରେଡାରେ ମେ ୨୨ରେ ନେଦରଲାଣ୍ଡ୍‌ସକୁ ଭେଟିବ । ଏହାପରେ ମେ ୨୩ରେ ନେଦରଲାଣ୍ଡ୍‌ସର କ୍ଲବ୍ ଟିମ୍ ବ୍ରେଡାସ ହକି ଭେରେନିଗିଙ୍ଗ୍ ପୁସ୍ ବିପକ୍ଷରେ ବ୍ରେଡାରେ ଏକ ମ୍ୟାଚ୍ ଖେଳିବ । ମେ ୨୮ରେ ଟିମ୍ ଜର୍ମାନୀରେ ଜର୍ମାନୀକୁ ଭେଟିବ । ଏହାପରେ ଟିମ୍ ବ୍ରେଡା ଫେରି ମେ ୨୯ରେ ପୁଣିଥରେ ଜର୍ମାନୀ ବିପକ୍ଷରେ ଅନ୍ତିମ ମ୍ୟାଚ୍ ଖେଳିବ ।
ଭାରତୀୟ ସ୍କ୍ୱାଡ୍‌: ଗୋଲ୍‌କିପର୍‌- ପ୍ରିନ୍ସ ଦୀପ୍ ସିଂହ, ବିକ୍ରମଜିତ୍ ସିଂହ; ଡିଫେଣ୍ଡର୍‌- ଶ୍ରଦ୍ଧାନନ୍ଦ ତିୱାରୀ, ଯୋଗେମ୍ବର ରାୱତ୍‌, ଅନ୍‌ମୋଲ୍ ଏକ୍କା, ରୋହିତ, ମନୋଜ ଯାଦବ, ତାଲେମ ପ୍ରିୟୋ ବାର୍ଟା; ମିଡ୍‌ଫିଲ୍ଡର- ଅଙ୍କିତ ପାଲ୍‌, ରୋଶନ୍ କୁଜୁର୍‌, ବିପିନ ବିଲାଭରା ରବି, ମୁକେଶ ଟପ୍ପୋ, ମନ୍‌ମିତ୍ ସିଂହ, ଭାଚାନ୍ ଏଚ୍‌ଏ; ଫରୱାର୍ଡ: ସୌରଭ ଆନନ୍ଦ କୁଶ୍‌ୱା, ଅର୍ଶଦୀପ୍ ସିଂହ, ଗୁରଜୋତ୍ ସଂହ, ମହମ୍ମ କୋନୈନ୍ ଦାଦ୍‌, ଦିଲ୍‌ରାଜ ସିଂହ, ଗୁରସେବକ ସିଂହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking