36.1 C
Bhubaneswar
Saturday, May 18, 2024
Homeଓଡିଶାଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡିର ମିଶନ ଦକ୍ଷିଣ ଓଡ଼ିଶା । ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ । କୋରାପୁଟ ଲୋକସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବିଜେଡି ସୁପ୍ରିମୋ ।

ପ୍ରଥମେ ସକାଳ ୧୦ଟାରେ କୋରାପୁଟରେ ପହଞ୍ଚି ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ । ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ ନବୀନ । ସେଠାରୁ ରାୟଗଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଶେଷରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ବିଶାଳ ଜନସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking