34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶ୧୪୦ ମିଲିଅନ୍ ଦୂର ଅନ୍ତରୀକ୍ଷରୁ ମିଳିଲା ଲେଜର ବାର୍ତ୍ତା

୧୪୦ ମିଲିଅନ୍ ଦୂର ଅନ୍ତରୀକ୍ଷରୁ ମିଳିଲା ଲେଜର ବାର୍ତ୍ତା

ନୂଆଦିଲ୍ଲୀ: ୧୪୦ ମିଲିଅନ୍ ଦୂର (୨୨.୪ କୋଟି କିମି ଦୂର) ଅନ୍ତରୀକ୍ଷରୁ ପୃଥିବୀ ପୃଷ୍ଠକୁ ଆସିଛି ଏକ ଲେଜର ବାର୍ତ୍ତା । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନାସା ଦର୍ଶାଇଛି ଯେ, ପୃଥିବୀ ଏବଂ ସୂର୍ଯ୍ୟର ମଧ୍ୟରେ ଥିବା ଦୂରତା ଠାରୁ ପ୍ରାୟ ଦେଢ଼ଗୁଣ ଅଧିକ ଦୂରତାରୁ ଏହି ବାର୍ତ୍ତା ଆସିଛି । ତେବେ ଏହା ଏକ ଲେଜର ବାର୍ତ୍ତା । ନାସାର ମହାକାଶଯାନ ‘ସାଇକେ ୧୬’ ଦ୍ୱାରା ଏହି ବାର୍ତ୍ତା ପଠାଯାଇଛି । ଏହାପୂର୍ବରୁ, ନଭେମ୍ବର ୧୪, ୨୦୨୩ ରେ ନାସାର ମହାକାଶଯାନ ସାଇକେ ୧୦ ମିଲିୟନ ମାଇଲ ଦୂରରୁ ପୃଥିବୀକୁ ଏକ ବାର୍ତ୍ତା ପଠାଇଥିଲା ।

ପ୍ରକାଶଯୋଗ୍ୟ, ନାସା ପକ୍ଷରୁ ଗତ ଅକ୍ଟୋବର ୨୦୨୩ରେ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ଏକ ଏକ ମିଶନ ଆରମ୍ଭ କରାଯାଇଥିଲା ଏବଂ ଏହି ମିଶନ ଅନ୍ତର୍ଗତ ‘ସାଇକେ ୧୬’ ନାମକ ଏକ ମହାକାଶଯାନକୁ ନାସା ଅନ୍ତରୀକ୍ଷକୁ ପଠାଇଥିଲା । ତେବେ ଏହି ମହାକାଶଯାନକୁ ନାସା ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟଭାଗରେ ଅବସ୍ଥାପିତ କରିଥିଲା । ତେବେ ଏବେ ଯେତେବେଳେ ‘ସାଇକେ ୧୬’ ଏହି ଲେଜର ମେସେଜ୍‌କୁ ପଠାଇବାରେ ସଫଳ ହୋଇଛି ସେତେବେଳ ଆଗାମୀ ଦିନରେ ମହାକାଶଯାନ ଅପ୍ଟିକାଲ୍ ଯୋଗାଯୋଗ ବ୍ୟବହାର କରି ଅଧିକ ଜଟିଳ ତଥ୍ୟ ଶୀଘ୍ର ପଠାଇବାରେ ସକ୍ଷମ ହେବ ବୋଲି କୁହାଯାଉଛି । ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବା ପାଇଁ ମଧ୍ୟ ସହାୟକ ହୋଇପାରେ । ସୂଚନାଯୋଗ୍ୟ ଏହି ଆଷ୍ଟ୍ରୋଏଡ ମୁଖ୍ୟତଃ ଧାତୁରେ ତିଆରି । ଏହା ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଅବସ୍ଥିତ । ସାଇକେ ନାମକ ଏକ ରୋବୋଟିକ୍ ଏକ୍ସପ୍ଲୋରରଙ୍କ ନାମରେ ଏହି ଗ୍ରହର ନାମକରଣ କରାଯାଇଥିଲା ।

ଲେଜର ଯୋଗାଯୋଗ ପରୀକ୍ଷା କରିବାକୁ ସାଇକେ ୧୬ ଜଣାଶୁଣା । ଏହା ଡିଏସ୍‌ଓସି ସିଷ୍ଟମ୍ ସହିତ ସଜ୍ଜିତ । ଦୂର ସ୍ଥାନରୁ ଲେଜର ମାଧ୍ୟମରେ ବାର୍ତ୍ତା ପଠାଇବା ଦିଗରେ ଏହା ମୁଖ୍ୟତଃ କାମ କରିଥାଏ । ସାଇକେ ୧୬ ମୁଖ୍ୟତଃ ରେଡିଓ ଫ୍ରିକ୍ୱେନ୍ସି ଯୋଗାଯୋଗ ବ୍ୟବହାର କରେ । ତଥାପି, ଅପ୍ଟିକାଲ୍ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଏହାର ସମ୍ଭାବନାକୁ ପ୍ରମାଣିତ କରିଛି । ସାଇକେର ରେଡିଓ ଫ୍ରିକ୍ୱେନ୍ସି ଟ୍ରାନ୍ସମିଟର ସହିତ ଇଣ୍ଟରଫେସ୍ କରିବା ପରେ ଲେଜର ଯୋଗାଯୋଗ ଡେମୋ ସଫଳତାର ସହ ଇଞ୍ଜିନିୟରିଂ ତଥ୍ୟ ପଠାଇଛି । ଡିଏସ୍‌ଓସ୍ ମଧ୍ୟ ସାଇକେର ରେଡିଓ ଟ୍ରାନ୍ସମିଟର ସହିତ ସଫଳତାର ସହିତ ଇଣ୍ଟରଫେସ୍ କରିଛି । ମହାକାଶଯାନରୁ ସୂଚନା ଏବଂ ଇଞ୍ଜିନିୟରିଂ ତଥ୍ୟ ସିଧାସଳଖ ପୃଥିବୀକୁ ପଠା ଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking