36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶମୋଦୀଙ୍କ କଟାକ୍ଷ; କହିଥିଲି, କଂଗ୍ରେସ ‘ଶେହଜାଦା' ଆଉ ଏକ ଆସନରୁ ଲଢିବେ

ମୋଦୀଙ୍କ କଟାକ୍ଷ; କହିଥିଲି, କଂଗ୍ରେସ ‘ଶେହଜାଦା’ ଆଉ ଏକ ଆସନରୁ ଲଢିବେ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶାଣିତ କଟାକ୍ଷ କରିବା ଦେଖିବାକୁ ମିଳିଛି । ମୋଦୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇସାରିଛି । କୌଣସି ମତଦାନର ଆଉ ଆବଶ୍ୟକତା ନାହିଁ । ମୋଦୀଙ୍କ କହିବାନୁସ।।ରେ ସେ ପୂର୍ବରୁ କହିଥିଲେ ଯେ, କଂଗ୍ରେସର ଶେହଜାଦା ଏତେ ମାତ୍ରାରେ ଭୟଭୀତ ହୋଇପଡିଛନ୍ତି ଯେ, ସେ ୱାୟନାଡ ଆସନ ଆସନ ସହ ଆଉ ଏକ ଆସନରୁ ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବାକୁ ବାଧ୍ୟ ହେବେ । ଆଉ ଆଜି ଯେତେବେଳେ ରାହୁଲ, ରାଏ ବରେଲୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେତେବେଳେ ସେ (ମୋଦୀ) କହିଥିବା କଥା ସତ୍ୟ ପ୍ରମାଣିତ ହୋଇଛି ।

ମୋଦୀ, ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ରାହୁଲ ପରାଜୟ ଭୟରେ ନିଜ ପରିବାରର ଦୀର୍ଘ ସମୟ ଧରି ପତିଆରା ଥିବା ଆସନ ଛାଡି କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ସତ କିନ୍ତୁ ସେ ସେଠାରେ ମଧ୍ୟ ପରାଜିତ ହେବେ ବୋଲି ଆଶଙ୍କାରେ ରହିଛନ୍ତି । ତେଣୁ ସେ ଆଉ ଏକ ଆସନ ଦେଖି ନାମାଙ୍କନ ଭରିବାକୁ ବାଧ୍ୟ ହୋଇଛନ୍ତି । କିନ୍ତୁ ସେ ଆମେଥୀ ଆସନ ଛାଡି ରାଏବରେଲୀରୁ ଯେ ପ୍ରାର୍ଥୀପତ୍ର ଦାଖଲ କରିବେ ସେନେଇ ତାଙ୍କର (ମୋଦୀଙ୍କ ପୂର୍ବାନୁମାନ) ଆଶା ନଥିଲା । ତେବେ ଆମେଥୀରୁ ମଧ୍ୟ ପରାଜିତ ହେବା ଭୟ ତାଙ୍କୁ ରାଏ ବରେଲୀ ଆସନରୁ ପ୍ରାର୍ଥୀ କରିବାକୁ ବାଧ୍ୟ କରିଛି ବୋଲି ମୋଦୀ କହିଛନ୍ତି । ମୋଦୀ, ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି, ‘ଡର ନାହିଁ, ମୈଦାନ ଛାଡି ପଳାଅ ନାହିଁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking