27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିବାହ ବାର୍ଷିକୀରେ ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ଯାଇଥିଲେ ସ୍ୱାମୀ; ହେଲେ ଶେଷରେ....

ବିବାହ ବାର୍ଷିକୀରେ ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ଯାଇଥିଲେ ସ୍ୱାମୀ; ହେଲେ ଶେଷରେ….

ଜୟପୁର: ହସଖୁସିରେ ଚାଲିଥିବା ସୁନାର ସଂସାର । ବିବାହ ବାର୍ଷିକୀରେ ସ୍ତ୍ରୀକୁ ସରପ୍ରାଇଜ ଦେବା ପାଇଁ ପତ୍ନୀ ଘରକୁ ଯାଇଥିଲେ ସ୍ୱାମୀ । ଭାବିଥିଲେ ସ୍ତ୍ରୀ ପାଖକୁ ଯାଇ ସରପ୍ରାଇଜ ଦେଲେ ସେ ଖୁସି ହେବ । ହେଲେ ସ୍ତ୍ରୀ ଯେଉଁଭଳି ସରପ୍ରାଇଜ ଦେଲେ ସ୍ୱାମୀ ଚକିତ ହୋଇଗଲେ । ସରକାରୀ ଚାକିରି ମୋହରେ ହିତାହିତ ଜ୍ଞାନ ହରାଇ ବସିଥିଲେ ସ୍ତ୍ରୀ । ଉଚ୍ଚ ପଦବୀରେ ବସିବା ପାଇଁ ସୁନାର ସଂସାର ଚୁନା କରିବାକୁ ମଧ୍ୟ ପଛାଇଲେ ନାହିଁ । ୟୁପିଏସସି ପରୀକ୍ଷାରେ ଛାଡପତ୍ର କୋଟାର ଲାଭ ଉଠାଇବା ପାଇଁ ବିବାହ ବାର୍ଷିକୀରେ ସ୍ତ୍ରୀକୁ ଛାଡପତ୍ର ମାଗିଲେ ସ୍ତ୍ରୀ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ । ଏନେଇ ସ୍ୱାମୀ ଜୟପୁରର କରଧନୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସ୍ୱାମୀ ଅଭିଯୋଗ କରି କହିଛନ୍ତି, “ଯେତେବେଳେ ସ୍ୱାମୀ ଛାଡପତ୍ର ଦେବାକୁ ମନା କରିଦେଇଥିଲେ ସେତେବେଳେ ସ୍ତ୍ରୀ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିବା ନେଇ ଧମକ ଦେଇଥିଲେ । ଅନ୍ୟପଟେ ସ୍ତ୍ରୀ ମଧ୍ୟ ସ୍ୱାମୀ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛନ୍ତି ।

ଏନେଇ କରଧନୀ ପୋଲିସ ଥାନାର ସବ ଇନ୍ସପେକ୍ଟର ଆଶିଷ କୁମାର କହିଛନ୍ତି, କାଲବାଡ ରୋଡ ନିବାସୀ ୧୧ ମେରେ ନିଜ ପତ୍ନୀ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍ତ୍ରୀ ପ୍ରତାପଗଡରେ ରହୁଛନ୍ତି । ୟୁପିଏସସିରେ ଛାଡପତ୍ର କୋଟାର ଫାଇଦା ଉଠାଇବା ପାଇଁ ପତ୍ନୀ ଛାଡପତ୍ର ମାଗୁଛନ୍ତି । ସ୍ୱାମୀ ଫଟୋଗ୍ରାଫି କରନ୍ତି । ୨୦୧୩ ମସିହାରେ ସେ ପ୍ରତାପଗଡ ଯାଇ ସେଠାରେ ଯୁବତୀଙ୍କୁ ଭେଟିଥିଲେ । ୨୦୧୬ ମସିହାରେ ଯୁବତୀଜଣକ ଜୟପୁର ଅଧ୍ୟୟନ ପାଇଁ ଆସିଥିଲେ । ଏହି ସମୟରେ ଦୁହେଁ ପ୍ରେମରେ ପଡି ୨୦୨୧ ମସିହାରେ ହିନ୍ଦୁ ରୀତିନୀତିରେ ନିର୍ବନ୍ଧ କରିଥିଲେ । ଅଭିଯୋଗକାରୀଙ୍କ ପତ୍ନୀ ସେପ୍େଟମ୍ବର ୨୦୨୨ ରେ ସରକାରୀ ଚାକିରି ପାଇଥିଲେ । ତେବେ ଚାକିରି ପାଇବା ପରେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି ବୋଲି ସ୍ତ୍ରୀ କହିଥିଲେ । ଯଦି ଏହା ସମ୍ଭବ ହୁଏ ତେବେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ ଫେବୃଆରୀ ୨୦୨୩ରେ ପ୍ରତାପଗଡରେ ଦୁହେଁ ବିବାହ କରିଥିଲେ । ଏହାପରେ ଦୁହେଁ ଜୟପୁରରେ ରହୁଥିଲେ ।

ପୀଡିତା ଅଭିଯୋଗ କରିଛନ୍ତି ଯେ ଜୟପୁର ଆସିବା ପରଦିନ ହିଁ ସ୍ତ୍ରୀ ଛାଡପତ୍ର କଥା କହିଥିଲେ । ଛାଡପତ୍ର କୋଟା ପାଇବା ପାଇଁ ଗୋଟିଏ ବର୍ଷ ପରେ ଉଭୟ ସେମାନଙ୍କ ସହମତି କ୍ରମେ ଛାଡପତ୍ର ଦେବା ନେଇ କହିଥିଲେ । କିନ୍ତୁ ସ୍ୱାମୀ ଏନେଇ କୌଣସି ମନ୍ତବ୍ୟ ଦେଇନଥିଲେ । ଏହା ପରେ ପତ୍ନୀ ପ୍ରତାପଗଡରେ ଥିବା ତାଙ୍କ ଘରକୁ ଯାଇଥିଲେ । ଅଭିଯୋଗକାରୀ କହିଛନ୍ତି ଯେ ବିବାହର ୧ବର୍ଷ ପରେ ଯେତେବେଳେ ସେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ପ୍ରତାପଗଡରେ ତାଙ୍କ ପତ୍ନୀଙ୍କ ନିକଟରେ ପହଞ୍ଚିଥିଲେ, ସେତେବେଳେ ସେ ଛାଡପତ୍ର ମାଗିଥିଲେ ଏବଂ ଯଦି ସେ ମନା କରନ୍ତି ତେବେ ତାଙ୍କୁ ମିଥ୍ୟା ମାମଲାରେ ଜଡିତ କରାଯିବ ବୋଲି ଧମକ ଦେଇଥିଲେ । ପୋଲିସ ପୀଡିତାଙ୍କ ରିପୋର୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପତ୍ନୀ ଅଭିଯୋଗ କରି କହିଛନ୍ତି, ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ବହୁତ ନିର୍ଯାତନା ଦିଆଯାଇଥିଲା । ଚାପରେ ଏହି ବିବାହ ମଧ୍ୟ କରାଯାଇଥିଲା । ବିବାହ ପରେ ଯୌତୁକ ପାଇଁ ଦାବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking