30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଅଜଣା ଗାଡି ଧକ୍କାରେ ୬ ମୃତ

ଅଜଣା ଗାଡି ଧକ୍କାରେ ୬ ମୃତ

ଜୟପୁର:  ଗୋଟିଏ ଅଜଣା ଗାଡି କାରକୁ ଧକ୍କା ଦେବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ବାନାଶ ନଦୀ ବ୍ରିଜ ନିକଟରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ୨ ଜଣ ଶିଶୁ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ସେମନେ ହେଉଛନ୍ତି ମନୀଷ ଶର୍ମା, ଅନୀତା ଶର୍ମା, କୈଲାଶ ଶର୍ମା, ସନ୍ତୋଷ ଶର୍ମା, ସତୀଶ ଶର୍ମା ଏବଂ ତାଙ୍କ ପତ୍ନୀ ପୁନମ ।

ସମସ୍ତ ମୃତକ ଏକ କାର ଯୋଗେ ରାଜସ୍ଥାନର ସିକରରୁ ରଣଥମ୍ବୋରକୁ ପ୍ରଭୁ ଗଣେଶଙ୍କ ଦର୍ଶନ ପାଇଁ ଯାଉଥିଲେ । କିନ୍ତୁ ମନ୍ଦିରରେ ପହଞ୍ଚିବା ପୂର୍ବରୁ ଏକ ଅଜଣା ଗାଡି କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ହସ୍ପିଟାଲ ପଠାଇଥିଲା । ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking