30.1 C
Bhubaneswar
Saturday, May 18, 2024
Homeଓଡିଶାଆସୁଛି ଝଡ଼, ସତର୍କ କଲା ଆଇଏମଡି

ଆସୁଛି ଝଡ଼, ସତର୍କ କଲା ଆଇଏମଡି

ଭୁବନେଶ୍ୱର: ଆଗାମୀ ୨ ଦିନ ପ୍ରବଳ ଝଡ଼ ବର୍ଷା ହେବ । ଉତ୍ତର ଉପକୂଳରେ ଝଡ଼ବର୍ଷା ହେବ । ଏନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆସନ୍ତା ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ଭିତରକୁ ନଯିବାକୁ ଆଇଏମଡି ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ଝଡ଼ବର୍ଷା ବେଳେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବଡ଼ ଜୁଆର ଆସିବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ୭ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବହୁଥିବା ପବନ ଧୀରେ ଧୀରେ ଦୁର୍ବଳ ହେଉଥିବା ବେଳେ ବଙ୍ଗୋପସାଗରରୁ ଆସୁଥିବା ପବନ ଶକ୍ତିଶାଳୀ ହେଉଛି । ଫଳରେ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ଗ୍ରୀଷ୍ମ ପ୍ରଭାବ ନେଇ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking