29.1 C
Bhubaneswar
Monday, May 6, 2024
Homeଓଡିଶାନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’

ନବଜାତ ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’

ଯାଜପୁର : ମରିଗଲା ମା’ର ମମତା। ପୁଣି ପୁଅ ଜନ୍ମ ହେବାରୁ ନବଜାତ ଶିଶୁପୁତ୍ରକୁ ବିକି କରିଦେଲା ମାଆ। ମାତ୍ର କେଇଟଙ୍କା ପାଇଁ ବନ୍ଧା ପଡିଗଲା ମା’ର ମାତୃତ୍ୱ। ସ୍ନେହ ମମତା ପ୍ରସବର ସମସ୍ତ ବେଦନା ସତେ ଯେମିତି ଟଙ୍କା ଆଗରେ ତୁଚ୍ଛ ହୋଇଗଲା। ଘଟଣା ବିଷୟରେ ଚାଇଲ୍ଡ ଲାଇନ ‌ଖାଇବା ପରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତ ସାଉଁଣ୍ଡି ଗାଁରୁ।

ସୋମବାର ସାଉଁଣ୍ଡି ଗ୍ରାମର ସିଲୁ ଜେନାଙ୍କ ପତ୍ନୀ ସଂଜୁ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।। ପୂର୍ବରୁ ଗୋଟିଏ ପୁଅ ଥିବା ବେଳେ ପୁଣି ପୁତ୍ରସନ୍ତାନ ଜନ୍ମ ହେବାପରେ ସଂଜୁଙ୍କ ମନ କଷ୍ଟ ଥିଲା। କେଇଟା ଟଙ୍କା ପାଇଁ ସେ ତାଙ୍କର ନବଜାତ ଶିଶୁ ପୁତ୍ରକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିଲେ। ପରେ ସେମାନେ ଘରକୁ ଫେରିଥିଲେ। ଗ୍ରାମବାସୀ ଛୁଆଟା ବିଷୟରେ ପଚାରିଥିଲେ।

ସିଲୁ ଓ ତାଙ୍କ ପତ୍ନୀ ଗ୍ରାମବାସୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଶିଶୁଟିକୁ ସିଲୁ ଓ ତାଙ୍କ ପତ୍ନୀ ବିକ୍ରି କରିଦେଇଥିବା ସନ୍ଦେହ କରିଥିଲେ ଗ୍ରାମବାସୀ। ଏନେଇ ଚାଇଲ୍ଡ ଲାଇନକୁ ଜଣାଇଥିଲେ। ଚାଇଲ୍ଡ ଲାଇନ ଘଟଣା ତଦନ୍ତ କରି ପୁଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking