32.1 C
Bhubaneswar
Saturday, May 18, 2024
Homeଓଡିଶାଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ବିଷ ପିଇଲେ ଜ୍ୱାଇଁ

ଶ୍ୱଶୁରଙ୍କ ନିର୍ଯାତନା ସହି ନପାରି ବିଷ ପିଇଲେ ଜ୍ୱାଇଁ

ବଲାଙ୍ଗିର : ଗାଁ ଦାଣ୍ଡରେ ଲୁହା ଚେନ୍‌ରେ ଜ୍ୱାଇଁଙ୍କୁ ବାନ୍ଧି ମାଡ଼ ମାରିଲେ ଶ୍ୱଶୁର! ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଛାଡ଼ି ନଥିଲେ। ଏପରିକି ପାଖରେ ଥିବା ପତ୍ନୀ ମଧ୍ୟ ତାଙ୍କୁ ଉଦ୍ଧାର କରିନଥିଲେ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ବିଷ ପିଇ ଆତ୍ମହତ୍ୟା କଲେ ଜ୍ୱାଇଁ। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିର ସଦର ଥାନା ଅଞ୍ଚଳରୁ। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଗଉରେନମୁଣ୍ଡା ଗାଁର ଡିଲେଶ୍ୱର ତରିଆ ବଲାଙ୍ଗିର ସଦରଥାନା ସରଗଡ଼ ଗ୍ରାମର ଶତ୍ରୁଘ୍ନ ନାଏକଙ୍କ ଝିଅ ସୁକାନ୍ତିକୁ ବିବାହ କରିଥିଲେ । କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗି ଯାଇ ଶ୍ୱଶୁର ଶତ୍ରୁଘ୍ନ ଗାଁର ଅନ୍ୟମାନଙ୍କ ସହାୟତରେ ଜ୍ୱାଇଁକୁ ଲୁହା ଚେନ୍‌ରେ ଗଛରେ ବାନ୍ଧି ଦେଇଥିଲେ । ଯେତେ କାକୁତି ମିନତି କରିଥିଲେ ମଧ୍ୟ ଛାଡିନଥିଲେ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ଗାଁକୁ ଫେରି ବିଷ ପିଇ ଦେଇଥିଲେ ଡିଲେଶ୍ଵର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking