32.1 C
Bhubaneswar
Saturday, May 18, 2024
Homeଓଡିଶାବିଜେପି ସଂକଳ୍ପ ପତ୍ର ଉନ୍ମୋଚିତ

ବିଜେପି ସଂକଳ୍ପ ପତ୍ର ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱରରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ରଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ସମାରୋହରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ , ପୂର୍ବ ସଭାପତି ସମୀର ମହାନ୍ତି ଏବଂ ସାଂସଦ ଅପରାଜିତା ଷଡଙ୍ଗୀ, ରଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସାମିଲ ହୋଇଛନ୍ତି ।

ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ ବୋଲି ନଡ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking