30.1 C
Bhubaneswar
Sunday, May 19, 2024
Homeଓଡିଶାପ୍ରଣବ ମିଛ କଥା କହି ସମ୍ବଲପୁରରେ ଘୃଣାର ବାତାବରଣ ତିଆରି କରୁଛନ୍ତି : ଜୟ ନାରାୟଣ...

ପ୍ରଣବ ମିଛ କଥା କହି ସମ୍ବଲପୁରରେ ଘୃଣାର ବାତାବରଣ ତିଆରି କରୁଛନ୍ତି : ଜୟ ନାରାୟଣ ମିଶ୍ର

 ସତ କହିଲେ ପ୍ରଣବ, ତାଙ୍କ ଗୁମାସ୍ତା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବହୁତ କଷ୍ଟ ହୁଏ

 ମୂଳ ପ୍ରଶ୍ନର ଉତର ନ ଦେଇ ମନଗଢ଼ା କାହାଣୀ ରଚୁଛନ୍ତି ପ୍ରଣବ
 କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କିଏ ଷଡଯନ୍ତ୍ର କରିଥିଲା?
 ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ବର୍ଷର ଓଡ଼ିଶାର ପୁରାତନ ଐତିହ୍ୟ, କୀର୍ତିରାଜି ଓ ସଂସ୍କୃତିକୁ ଧୂଳିସାତ କିଏ କରିଛି?
 ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ ଆଖଡା ମଠ ଭାଙ୍ଗିବା ପଛରେ ଓଡ଼ିଶା ସରକାର ହିଁ ଦାୟୀ?
 ଓଏମ୍‌ସି ଯାଜପୁରର ପାରାଭାଡି ପାହାଡରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ରୁଜି ଖନନ କାମ କରୁଛି
 ମା’ସମଲେଶ୍ୱରୀ ମନ୍ଦିର ବାବଦରେ ପ୍ରଣବଙ୍କ ଜ୍ଞାନ କମ୍ ରହିଛି, ଯେଉଁ ବିଷୟରେ ଜ୍ଞାନ କମ୍‌, ସେ ବିଷୟରେ କହିବା ଅନୁଚିତ୍‌
 ବିକାଶର କାମକୁ ବିଜେପି କେବେ ବି ବିରୋଧ କରିନାହିଁ, କିନ୍ତୁ ବିକାଶ ଓ ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ବର୍ଷର ଐତିହ୍ୟ, କୀର୍ତିରାଜିକୁ ନଷ୍ଟ କରିବା ଭଳି କାମକୁ ବିଜେପି ବିରୋଧ କରେ

ସମ୍ବଲପୁର : ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ମିଛ କଥା କହି ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବା ସହ ସମ୍ବଲପୁରରେ ଘୃଣାର ବାତାବରଣ ତିଆରି କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର କହିଛନ୍ତି ଯେ, ସତ କହିଲେ ଶ୍ରୀ ଦାସ, ତାଙ୍କ ଗୁମାସ୍ତା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବହୁତ କଷ୍ଟ ହୁଏ । ମୂଳ ପ୍ରଶ୍ନର ଉତର ନ ଦେଇ ସେ ମନଗଢ଼ା କାହାଣୀ ରଚୁଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆ ଲୋକ ବୋକା ନୁହଁନ୍ତି, ତାଙ୍କର ମିଛ କାହାଣୀକୁ ସତ ମାନିବେ । କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କିଏ ଷଡଯନ୍ତ୍ର କରିଥିଲା? ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ବର୍ଷର ଓଡ଼ିଶାର ପୁରାତନ ଐତିହ୍ୟ, କୀର୍ତିରାଜି ଓ ସଂସ୍କୃତିକୁ ଧୂଳିସାତ କିଏ କରିଛି? ତୁମ ସରକାର ତ୍ରୟୋଦଶ ଶତାବ୍ଦୀ ପୁରୁଣା । ଐତିହ୍ୟ ଓ କୀର୍ତିରାଜକୁ ନଷ୍ଟ କରିଛି ନା ନାହିଁ? ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନ ଛତା ମଠ, ବଡ ଆଖଡା ମଠ ଭାଙ୍ଗିବା ପଛରେ ତୁମ ସରକାର ହିଁ ଦାୟୀ? ଶ୍ରୀ ଲିଙ୍ଗରାଜ ମନ୍ଦିର, ଚିତ୍ରକାରିଣୀ ମନ୍ଦିର, ମକରେଶ୍ୱର ମନ୍ଦିର, ମୈତ୍ରେସ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ସହସ୍ରଲିଙ୍ଗ ଏବଂ ପାପନାଶିନୀ ପୁଷ୍କରିଣୀ, ଶାରୀ ଦେଉଳର କୀର୍ତିରାଜି ନଷ୍ଟ କରିଛନ୍ତି । ଶାରୀ ଦେଉଳ ପାଶ୍ୱର୍ରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ଭାଙ୍ଗିବାକୁ ମଧ୍ୟ ଏ ସରକାର ପଛାଇ ନାହାଁନ୍ତି ।
ଅନେକ କୀର୍ତିରାଜି ଆଜି ବେସରକାରୀ ଜବରଦଖଲରେ । ଓଡ଼ିଶା ସରକାରଙ୍କ କମ୍ପାନୀ ଓଏମ୍‌ସି ପ୍ରଣବଙ୍କ ଗୃହ ଜିଲ୍ଲା ଯାଜପୁର ଜିଲ୍ଲାରେ ପାରାଭାଡି ପାହାଡରେ ଥିବା ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ରୁଜି ଖନନ କାମ କରୁଛି । ତ୍ରୟୋଦଶ ଶତାବ୍ଦୀ ଗଙ୍ଗବଂଶର ଚୌଦ୍ୱାରଗଡ ଏବଂ ଅନ୍ୟ ସଂରକ୍ଷଣ ସ୍ଥାନରେ ଓଡ଼ିଶା ସରକାରଙ୍କ ସଂସ୍ଥା ଇଡକୋ ଜବରଦଖଲ କରିଛି ନା ନାହିଁ? ଏହାର ଉତର ବିଜେଡି ନେତା, ଗୁମାସ୍ତା କିମ୍ବା ମୁଖ୍ୟମନ୍ତ୍ରୀ ଦେବେ କି? ମା’ସମଲେଶ୍ୱରୀ ମନ୍ଦିର ବାବଦରେ ଶ୍ରୀ ଦାସଙ୍କ ଜ୍ଞାନ କମ୍ ରହିଛି । ଯେଉଁ ବିଷୟରେ ଜ୍ଞାନ କମ୍‌, ସେ ବିଷୟରେ କହିବା ଅନୁଚିତ୍ । ବିକାଶର କାମକୁ ବିଜେପି କେବେ ବି ବିରୋଧ କରିନାହିଁ, କିନ୍ତୁ ବିକାଶ ଓ ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ବର୍ଷର ଐତିହ୍ୟ, କୀର୍ତିରାଜିକୁ ନଷ୍ଟ କରିବା ଭଳି କାମକୁ ବିଜେପି ବିରୋଧ କରେ । ଶ୍ରୀ ଦାସ ସମ୍ବଲପୁରରେ ମିଛ କଥାକୁ ପ୍ରଚାର କରି ମୂଳ ପ୍ରଶ୍ନର ଉତର ଦେଉନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking