30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସରକାରକୁ ଆସିବାକୁ ନିର୍ବାଚନ ଲଢୁଛୁ : ଜେପି ନଡ୍ଡା

ସରକାରକୁ ଆସିବାକୁ ନିର୍ବାଚନ ଲଢୁଛୁ : ଜେପି ନଡ୍ଡା

ଭୁବନେଶ୍ୱର : ଓଡିଶାରେ ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ । ରାଜ୍ୟରେ ସରକାରକୁ ଆସିବାକୁ ଆମେ ସରକାର ଲଢୁଛୁ ଏପରି ମନ୍ତବ୍ୟ ରଖିଲେ ନଡ୍ଡା । ଏନେଇ ଆଜି ଆମେ ସ୍ପଷ୍ଟ ଭାବେ କହୁଛୁ କହିଲେ ନଡ୍ଡା । ଲୋକ ଦାଦନ ପଳାଉଛନ୍ତି, ଏଠାକାର ସରକାରକୁ ଚିନ୍ତା ନାହିଁ । ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ରାଜ୍ୟରେ ବିକାଶ ବ୍ୟବସ୍ତା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ମହିଳା ନିର୍ଜାତନାରେ ଓଡିଶା ଦେଶରେ ନମ୍ବର ୱାନ୍ ହୋଇଛି । ରେପ୍ , ମର୍ଡରରେ ବିଜୁ ଜନତା ଦଳର ନେତା ସଂପୃକ୍ତ ଅଛନ୍ତି । ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି । ସ୍ୱାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ କୋମାକୁ ଚାଲିଯାଇଛି । ଆଜି ଓଡିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି । ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ । ଏଠାରେ ବିଜେଡିର ସର୍ବବ୍ୟାପି ଦୁର୍ନୀତିକୁ ଆମେ ସମାପ୍ତ କରିବୁ । ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଣୟନ କରିବୁ । ଯାହାର ପଇସା ଯାଇଛି, ଆମେ ନିଶ୍ଚୟ ଆଦାୟ କରିବୁ । ଚିଟ୍‌ଫଣ୍ଡ ପଇସା ୧୮ ମାସ ମଦ୍ୟରେ ଆମେ ଫେରାଇବୁ । ଖଣିଜରୁ ମିଳୁଥିବା ଲାଭ ଓଡିଶାର ବିକାଶ ପାଇଁ ଲଗାଇବୁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୩୧ ଶହ ଟଙ୍କା କରିବୁ । ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ । କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ । ମହିଳାଙ୍କ ପାଉଁ ସୁଭଦ୍ରା ଯୋଜନା – ପ୍ରତି ମହିଳାଙ୍କ ୫୦ ହଜାର ମିଳିବ । ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ । ପ୍ରତି ବଡ ସହରରେ ଓଡିଶା ଭବନ ନିର୍ମାଣ କରାଯିବ । ଆଗାମି ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ । ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ । ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ । ୨୦୧୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ୪ଟି ଆଇଟି ପାର୍କ – ଭୁବନେଶ୍ୱର , ରାଉଲକେଲା , ବାଲେଶ୍ୱର , ବ୍ରହ୍ମପୁରରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking