ଖଲ୍ଲିକୋଟ : ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟର ତଦନ୍ତ ପାଇଁ ଗଠନ ହେଲା ଏସଆଇଟି । ଏସ୍ଆଇଟି ତଦନ୍ତ କରି ଘଟଣା ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ସାଇଣ୍ଟିଫିକ୍, ଫୋଲେନ୍ସିକ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ । ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ଏସ୍ଆଇଟି । ଛତ୍ରପୁରରେ ଜଣେ ଏଡିଜି ରହି ଆଇନଶୃଙ୍ଖଳା ତଦାରଖ କରିବେ । ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରଠାରେ ରହି ଆଇନଶୃଙ୍ଖଳା ତଦାରଖ କରିବେ । ସୂଚନାଯୋଗ୍ୟ ଯେ , ଗତକାଲି ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଥିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଥିଲେ ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗିଥିଲା । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା। ହିଂସାକାଣ୍ଡ ଘଟଣାରେ ପୁଲିସ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିଥିବାବେଳେ ଗତକାଲି ସେମାନଙ୍କୁ ଥାନାରୁ ନେବାବେଳେ ଆନେ୍ଦାଳନକାରୀମାନେ ପୁଲିସ ଗାଡ଼ିକୁ ଘେରିଥିଲେ । ପରେ ପୁଲିସ ଉପରକୁ ପଥର ଓ ପାଣି ବୋତଲ ମାଡ଼ କରିଥିଲା । ତେବେ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଲାଗୁ ହୋଇଥିଲା । ଖଲ୍ଲିକୋଟ୍ ଥାନାରୁ ୧୦୦ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଥିଲା । ଗତ ୧୫ତାରିଖରେ ପୋଷ୍ଟର ମାରିବାକୁ ନେଇ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ମାରଣାସ୍ତ୍ରରେ ଆକ୍ରମଣ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଖଲ୍ଲିକୋଟରେ ଉତ୍ତେଜନା ଲାଗି ରହିଛି ।