35.1 C
Bhubaneswar
Wednesday, May 8, 2024
Homeଓଡିଶାଏମିତି ଧରାପଡ଼ିଥିଲା ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ…

ଏମିତି ଧରାପଡ଼ିଥିଲା ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ…

ବଲାଙ୍ଗିର : ବର୍ତ୍ତମାନ ଚର୍ଚ୍ଚାରେ ମମିତା ମେହେର୍ ହତ୍ୟାକାଣ୍ଡ । ଧରା ପଡ଼ିବା ପରେ ସମସ୍ତ ଯୋଜନା ସମ୍ପର୍କରେ ପୋଲିସ୍ ଆଗରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି । ତେବେ ଚମ୍ପଟ୍ ମାରିବା ବେଳେ ଗୋବିନ୍ଦ ମୋବାଇଲ୍ ରଖିଥିବା ଆଜି ଜଣାପଡ଼ିଛି । ଆଖୁ ବାଡ଼ିରେ ଲୁଚିଥିବା ବେଳେ ଗୋବିନ୍ଦ ମୋବାଇଲ୍ ବ୍ୟବହାର କରୁଥିଲା । ଆଉ ଉକ୍ତ ମୋବାଇଲ୍ କାରଣରୁ ହିଁ ଧରାପଡ଼ିଥିବା କଥା ସାମନାକୁ ଆସିଛି । ପୋଲିସ୍ ମୋବାଇଲ୍ ଟ୍ରାପ୍ କରିବା ଯୋଗୁଁ ଆଖୁ ବାଡ଼ିରୁ ଧରାପଡ଼ିଥିଲା ଗୋବିନ୍ଦ । ତେବେ ପୋଲିସ୍ ଗୋବିନ୍ଦ ଠାରୁ ୩ ଟି ମୋବାଇଲ୍ ଜବତ କରିଛି । ହେଲେ ଗୋବିନ୍ଦର ସହଯୋଗୀ ରାଧେ ଘରୂ ଜବତ ହୋଇଥିବା ବ୍ୟାଗ୍ ଏବେ ସସପେନ୍ସ ସୃଷ୍ଟି କରିଛି। ବ୍ୟାଗ୍ ଟି କାହାର ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ । ବ୍ୟାଗ୍ ରୁ ମୋବାଇଲ୍, ୩ଟି ମହିଳା ଡ୍ରେସ୍ ଓ କିଛି ମେଡିସିନ୍ ବାହାରିଥିଲା। ତେବେ ସେସବୁ କାହାର ତାହାର କୌଣସି ସୂଚନା ମିଳିନାହିଁ । କିନ୍ତୁ ପୋଲିସ୍ କହିଛି ଯେ, ସେସବୁ ମମିତାଙ୍କ ନୂହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking