36.1 C
Bhubaneswar
Sunday, May 19, 2024
Homeଅପରାଧଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା

ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା

ପଞ୍ଜାବ : ଶନିବାର ଗୁରୁଦ୍ୱାର ବାବା ବୀର ସିଂହ ଭିତରକୁ ଜଣେ ଯୁବକ ପଶି ଆସିଥିଲେ । ଏଠାକୁ ଆସିବା ପରେ ସେ ଗୁରୁଦ୍ୱାର ସାହେବଙ୍କୁ ଅସମ୍ମାନ କରିବା ସହ ଧର୍ମଗ୍ରନ୍ଥକୁ ଚିରି ଦେଇଥିଲେ । ଏହାପରେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି । ସଂପୃକ୍ତ ଯୁବକ ବଖସିସ୍‌ ସିଂହଙ୍କ ମାନସିକ ଅବସ୍ଥା ଭଲ ନଥିଲା । ଏଥିପାଇଁ ସେ ୨ ବର୍ଷ ଧରି ଔଷଧ ଖାଉଥିବା ବଖସିସ୍‌ ସିଂହଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି । ପୁଅର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking