32.1 C
Bhubaneswar
Sunday, May 19, 2024
Homeଓଡିଶାପ୍ରକାଶ ପାଇଲା ଆସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ଆସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେଶନ (ଆଇସିଏସ୍‍ଇ) ପରିଚାଳିତ ଆଇସିଏସ୍‍ଇ ‘ଦଶମ’ ଏବଂ ଆଇଏସ୍‍ସି ‘ଦ୍ୱାଦଶ’ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ପରୀକ୍ଷା ଫଳ ବୋର୍ଡର ଅଧିକାରୀକ ୱେବସାଇଟ୍‍ result.cisce.orgରେ ଉପଲବ୍ଧ ଅଛି। ପରୀକ୍ଷାର୍ଥୀ ଓ ଅଭିଭାବକ ବିଭାଗୀୟ ୱେବସାଇଟରେ ଲଗ ଇନ୍‍ କରି ପରୀକ୍ଷା ଫଳ ଜାଣିପାରିବେ। ଓଡିଶାରେ ଆସିଏସଇ ଦଶମରେ ପାସ୍ ହାର ୯୯.୦୮% । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ । ଚଳିତ ବର୍ଷ ୮୭୩୯ ଛାତ୍ରଛାତ୍ରୀ ପରୀ୭ା ଦେଇଥଲେ । ତେବେ ୯୦ ଜଣ ମୋଟ ଫେଲ ହୋଇଛନ୍ତି । ସେହିଭଳି ଆଇଏସସି ଦ୍ୱାଦଶରେ ପାସ୍ ହାର ୯୮.୯ ପ୍ରତିଶତ । ପରୀକ୍ଷା ଦେଇଥିଲେ ୧୭୨୬ ସେଥମଧ୍ୟରୁ ଫେଲ୍ ହୋଇଛନ୍ତି ମାତ୍ର ୧୯ ଜଣ । ଝିଅଙ୍କ ପାସ୍ ହାର ୯୮.୯୫% । ପୁଅଙ୍କ ପାସ୍ ହାର ରହିଛି ୯୮.୮୫ % ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking