32.1 C
Bhubaneswar
Sunday, May 19, 2024
Homeଓଡିଶାନନ୍ଦନକାନନରେ ବାଘ ନନ୍ଦନ ଅସୁସ୍ଥ

ନନ୍ଦନକାନନରେ ବାଘ ନନ୍ଦନ ଅସୁସ୍ଥ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ ଫିଟିଂ ଚାମ୍ବରରେ ରହୁଥିବା ଜଙ୍ଗଲି ବାଘ ନନ୍ଦନ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଯାହାକୁ ନେଇ ନନ୍ଦନକାନନରେ ଦୁଃଖର ଛାୟା ଖେଳିଯାଇଛି । ଦୀର୍ଘଦିନ ଧରି ନନ୍ଦନ ଅସୁସ୍ଥ ରହିଥିବା ବେଳେ ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲେ ମଧ୍ୟ ନନ୍ଦନର ସ୍ୱାସ୍ଥ୍ୟରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ଠିକ ସେ ଖିଆପିଆ କରୁନାହିଁ । ଏବଂ ଗୋଟିଏ ସ୍ଥାନରେ ପଡି ରହି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତେବେ ୨୦୧୩ ମସିହା ମାର୍ଚ୍ଚ ମାସ ୨୪ ତାରିଖରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା । ଏବଂ ପରେ ଏହି ବାଘର ନାମ ନନ୍ଦନ ରଖାଯାଇଥିଲା । ୨୦୧୬ ମସିହା ଏପ୍ରିଲ ୨୦ ତାରିଖରେ ନନ୍ଦନକୁ ନନ୍ଦନରେ ଜନ୍ମିତ ବାଘୁଣୀ ମେଘା ସହିତ ମିଳନ କରାଯାଇଥିଲା । ଓ ସେମାନଙ୍କ ଔରସରୁ ୨ ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲା । ଆଉ ଏବେ ନନ୍ଦନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking