27.1 C
Bhubaneswar
Saturday, July 27, 2024
Homeଓଡିଶାସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ : ପାଣ୍ଡିଆନ

ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ : ପାଣ୍ଡିଆନ

ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଘମାଘୋଟ ପ୍ରଚାର
ଟିଟଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଲୋଇସିଂହାରେ
ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ

ନବୀନ ପଟ୍ଟନାୟକଙ୍କ ଜିତିବା ମାର୍ଜିନ ସବୁ ରେକର୍ଡ ଭାଙ୍ଗୁ, ଇତିହାସ ସୃଷ୍ଟି କରୁ,
ନବୀନ ପଟ୍ଟନାୟକ ନୂଆ ଓଡ଼ିଶାର ବିନ୍ଧାଣି, ତାଙ୍କୁ ଆଶୀର୍ବାଦ କରନ୍ତୁ,
ସମସ୍ତେ କ୍ଷମତା ପାଇଁ ଆସନ୍ତି, କିନ୍ତୁ ସେବା ହିଁ ଆମ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ମନ୍ତ୍ର

ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରି ପ୍ରଚାର କରୁଛନ୍ତି, ଟଙ୍କା ବାଣ୍ଟୁଛନ୍ତି ଏହା ଠିକ୍‍ ନୁହେଁ

ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଉଚିତ ଜବାବ୍‍ ଦିଅନ୍ତୁ

ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ
ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ

ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି,
ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ଜାଣି ନାହାନ୍ତି

ବିରୋଧୀ ଙ୍କ ସଭା ରେ ଚୌକି ଖାଲି ପଡୁଛି

ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ

ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ଯ୍ୟଙ୍କୁ ଟର୍ଚ୍ଚ ଦେଖାଇବା କଥା

ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଚୟନ କଲେ, ତାଙ୍କ ହୃଦୟରେ ରହିଛି କଣ୍ଟାବାଞ୍ଜିର ବିକାଶ, କଣ୍ଟାବାଞ୍ଜି ବାସିନ୍ଦାଙ୍କ ଉନ୍ନତି
ନବୀନ ପଟ୍ଟନାୟକଙ୍କ ସରକାର ହେଉଛି ଆପଣମାନଙ୍କ ସରକାର,
ଏ ସରକାରରେ ଆପଣମାନଙ୍କ ବହୁତ ବଡ଼ ଭୂମିକା ରହିଛି

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ,
ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ଛାଡ଼,
ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ
ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ର ସଭ୍ୟ ଓ କର୍ମୀ ’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା

ଏହି ତିନୋଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ, ସମସ୍ତଙ୍କ ମୁହଁରେ ହସ ଫୁଟାଇବ

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି, ମୁଣ୍ଡ ଖରାପ ହେଲାଣି

ସେମାନ କହୁଛନ୍ତି ବି.ଏସ୍‍.କେ.ୱାଇଠୁଁ ଆୟୁଷ୍ମାନ ଭଲ,
ବି.ଏସ୍‍.କେ.ୱାଇ ବନ୍ଦ କରି ଆୟୁଷ୍ମାନ କାର୍ଯ୍ୟକାରୀ କରିବେ
ବି.ଏସ୍‍.କେ.ୱାଇରେ ୯୦ ପ୍ରତିଶତ ପରିବାର ଉପକୃତ ହେଉଛନ୍ତି,
ଆୟୁଷ୍ମାନରେ ହେବେ ମାତ୍ର ୪୦ ପ୍ରତିଶତ ପରିବାର,
ଆଉ ୫୦ ପ୍ରତିଶତ ପରିବାର କୁଆଡ଼େ ଯିବେ ?
ବି.ଏସ୍‍.କେ.ୱାଇରେ ମାସକୁ ଖର୍ଚ୍ଚ ହେଉଛି ୩୦୦ କୋଟି ଟଙ୍କା, ଆୟୁଷ୍ମାନରେ ବର୍ଷକୁ ୩୦୦ କୋଟି, ଏଇଟା ହେଉଛି ଫରକ୍‍

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ୧୫ ବର୍ଷରେ ପାଇବାର ଥିଲା ଏବେ ୧୫ ମାସ ମଧ୍ୟରେ ପାଇବେ, ଆସନ୍ତୁ ସମସ୍ତେ ମିଶି କଣ୍ଟାବାଞ୍ଜିକୁ ଏକ ନମ୍ୱର କରିବା
ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି, ଅନ୍ୟମାନେ ଆସି ବଡ଼ ବଡ଼ କଥା କହିବେ କିନ୍ତୁ କାମ କରିବେ ନାହିଁ, କହିଥିଲେ ଦରଦାମ୍‍ କମେଇବେ ବୋଲି, ଏଲ.ପି.ଜି. ପେଟ୍ରୋଲ, ଡିଜେଲ ଦର କମେଇବେ ବୋଲି, କମିଲା କି ? ରୋଜଗାର ବଢ଼େଇବେ ବୋଲି କହିଥିଲେ, ବଢ଼ିଲା କି ?

ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ

ବିକାଶର ହିସାବ ଦେଲେ ପାଣ୍ଡିଆନ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରେ ଘମାଘୋଟ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଟିଟଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଲୋଇସିଂହାରେ ଆୟୋଜିତ ନିର୍ବାଚନୀ ସଭାରେ ଭାଷଣ ଦେଇ ଦୋ’ମୁହାଁ ଚରିତ୍ରକୁ ଲୋକଙ୍କ ସାମ୍‍ନାରେ ରଖିଛନ୍ତି ।

କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗି ସେ କହିଲେ ଯେ ନବୀନ ପଟ୍ଟନାୟକଙ୍କ ବିଜୟର ମାର୍ଜିନ ସବୁ ରେକର୍ଡ ଭାଙ୍ଗୁ, ଇତିହାସ ସୃଷ୍ଟି କରୁ । ସେ କହିଲେ ଯେ ନବୀନ ପଟ୍ଟନାୟକ ନୂଆ ଓଡ଼ିଶାର ବିନ୍ଧାଣି । ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ । ସମସ୍ତେ କ୍ଷମତା ପାଇଁ ଆସନ୍ତି, କିନ୍ତୁ ସେବା ହିଁ ଆମ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ମନ୍ତ୍ର ବୋଲି ସେ କହିଥିଲେ । ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ସେ ଚେତାଇ ଦେଇଥିଲେ ।

ବିଜେପି ଉପରେ ତୀର୍ଯ୍ୟକ ଆକ୍ରମଣ କରି ସେ କହିଲେ ଯେ, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରଛନ୍ତି । ପ୍ରଚାର କମ୍‍ କରୁଛନ୍ତି, ଟଙ୍କା ବାଣ୍ଟୁଛନ୍ତି । ଏହା ଠିକ୍‍ ନୁହେଁ ।

ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ତାର ସେମାନେ ଆକଳନ କରିପାରିବେ ନାହିଁ ।

ସେମାନେ ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, କିନ୍ତୁ ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି । ଆପଣମାନେ ଏହାର ଉଚିତ ଜବାବ୍‍ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପିର ଆକ୍ରୋଶର ଉଦାହରଣ ଦେଇ ସେ କହିଲେ ଯେ ବିଜେପୁରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫୋପାଡ଼ି ଥିଲେ । କିନ୍ତୁ ତାର ଫଳ ମଧ୍ୟ ପାଇଲେ । ୪୫ ହଜାର ଭୋଟରେ ହାରିଲେ । ତା’ପରେ ପୁରୀ ପରିକ୍ରମା ପ୍ରକଳ୍ପବେଳେ ମଧ୍ୟ ଅଣ୍ଡାମାଡ଼ କରିଥିଲେ । ପୁଣି ଫଳ ପାଇଲେ । ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ । ତଥାପି ସେମାନେ ଶିଖୁ ନାହାନ୍ତି ।

ସେ ପୁଣି କହିଲେ ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ । ସେମାନଙ୍କ ଭାଷାରେ, ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି, ଏହା କେବଳ ସୂର୍ଯ୍ୟଙ୍କୁ ଟର୍ଚ୍ଚ ଦେଖାଇବା କଥା ।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଉଦାହରଣ ଦେଇ ସେ କହିଲେ ଯେ ତାଙ୍କୁ ସବୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ହିଁ ଚୟନ କଲେ । ତାଙ୍କ ହୃଦୟରେ ରହିଛି କଣ୍ଟାବାଞ୍ଜିର ବିକାଶ, କଣ୍ଟାବାଞ୍ଜି ବାସିନ୍ଦାଙ୍କ ଉନ୍ନତି । ନବୀନ ପଟ୍ଟନାୟକଙ୍କ ସରକାର ହେଉଛି ଆପଣମାନଙ୍କ ସରକାର । ଏ ସରକାରରେ ଆପଣମାନଙ୍କ ବହୁତ ବଡ଼ ଭୂମିକା ରହିଛି ।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ ଛାଡ଼ କରିବେ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇ ନବୀନ କାର୍ଡରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ର ସଭ୍ୟ ଓ କର୍ମୀ ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରିବେ । ଏହି ତିନୋଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ, ସମସ୍ତଙ୍କ ମୁହଁରେ ହସ ଫୁଟାଇବ ବୋଲି ସେ କହିଲେ ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି ଓ ସେମାନଙ୍କ ମୁଣ୍ଡ ଖରାପ ହେଲାଣି ବୋଲି ସେ କଟାକ୍ଷ କରିଥିଲେ ।

ବି.ଏସ୍‍.କେ.ୱାଇ ଓ ଆୟୁଷ୍ମାନ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଦେଖାଇ ସେ କହିଲେ ଯେ, ସେମାନ କହୁଛନ୍ତି ବି.ଏସ୍‍.କେ.ୱାଇଠୁଁ ଆୟୁଷ୍ମାନ ଭଲ । ବି.ଏସ୍‍.କେ.ୱାଇ ବନ୍ଦ କରି ଆୟୁଷ୍ମାନ କାର୍ଯ୍ୟକାରୀ କରିବେ । ବି.ଏସ୍‍.କେ.ୱାଇରେ ୯୦ ପ୍ରତିଶତ ପରିବାର ଉପକୃତ ହେଉଛନ୍ତି । ଆୟୁଷ୍ମାନରେ ହେବେ ୪୦ ପ୍ରତିଶତ ପରିବାର । ତା’ହେଲେ ଆଉ ୫୦ ପ୍ରତିଶତ ପରିବାର କୁଆଡ଼େ ଯିବେ ? ବି.ଏସ୍‍.କେ.ୱାଇରେ ମାସକୁ ଖର୍ଚ୍ଚ ହେଉଛି ୩୦୦ କୋଟି ଟଙ୍କା, ଆୟୁଷ୍ମାନରେ ବର୍ଷକୁ ୩୦୦ କୋଟି । ଏଇଟା ହେଉଛି ଫରକ୍‍ । ବି.ଏସ୍‍.କେ.ୱାଇରେ ପ୍ରତିମାସରେ ରାଜ୍ୟ ବାହାର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୫୦ କୋଟି ଟଙ୍କା । ବି.ଏସ୍‍.କେ.ୱାଇ ଗୋଟିଏ ଏ.ଟି.ଏମ୍‍. କାର୍ଡ ଭଳି । ସାରା ଭାରତରେ ଯେଉଁଠି ଚାହିଁବେ କ୍ୟାଶଲେସ ଚିକିତ୍ସା ପାଇବେ । କିନ୍ତୁ ଆୟୁଷ୍ମାନ ଯୋଜନାରେ ବୀମା କମ୍ପାନୀ ପୋଷା ହେଉଛନ୍ତି ବୋଲି ସେ କହିଥିଲେ ।

ସେ ପୁଣି କହିଲେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ୧୫ ବର୍ଷରେ ପାଇବାର ଥିଲା ଏବେ ୧୫ ମାସ ମଧ୍ୟରେ ଆପଣମାନେ ପାଇବେ । ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ।

ଅନ୍ୟମାନେ ଆସି ବଡ଼ ବଡ଼ କଥା କହିବେ କିନ୍ତୁ କାମ କରିବେ ନାହିଁ । କେନ୍ଦ୍ର ସରକାର କହିଥିଲେ ଦରଦାମ୍‍ କମେଇବେ ବୋଲି, ଏଲ.ପି.ଜି. ପେଟ୍ରୋଲ, ଡିଜେଲ ଦର କମେଇବେ ବୋଲି କହିଥିଲେ । କମିଲା କି ? ରୋଜଗାର ବଢ଼େଇବେ ବୋଲି କହିଥିଲେ, ବଢ଼ିଲା କି ?

ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ । ତା’ପରେ ସୂର୍ଯ୍ୟ କିରଣରୁ ପାଇବେ ମାଗଣା ବିଜୁଳି । ଏମାନେ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିକାଶ କାମର ଚିତ୍ର ଉପସ୍ଥାପିତ କରି ସେ କହିଲେ ଯେ ସଇଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି, ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି, ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ଆହୁରି ପ୍ରକଳ୍ପ ନିର୍ମାଣ ହେବ ।

ପାଟଣାଗଡ଼ରେ କହିଲେ ଯେ ବାବା ହରିଶଙ୍କର ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା, ପାଟଣାଗଡ଼ ବାଇପାସ୍‍ ରାସ୍ତା ପାଇଁ ୧୪୦ କୋଟି ଟଙ୍କା ଏବଂ ପାଟଣାଗଡ଼ର ୯ଟି ପଞ୍ଚାୟତକୁ ପିଇବା ପାଣି ପାଇଁ ୧୫୦ କୋଟି ଟଙ୍କାର ଯୋଗାଇ ଦେଇଛନ୍ତି ଏବଂ ଏସବୁ କାର୍ଯ୍ୟ ଜାରି ରହିଛି । ପାଟଣାଗଡ଼ର ପ୍ରତ୍ୟେକ ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି, ବେଲପଡ଼ାକୁ ଏନ୍‍.ଏସ୍‍.ସି. ମାନ୍ୟତା ମିଳିଛି ।

ସେହିପରି କଣ୍ଟାବାଞ୍ଜିକୁ ମ୍ୟୁନସିପାଲଟି ଓ ସିନ୍ଧେକେଲାକୁ ଏନ୍‍.ଏ.ସି. ମାନ୍ୟତା ମିଳିଛି ।

ଲୋଇସିଂହାକୁ ଏନ୍‍.ଏ.ସି. ମାନ୍ୟତା, ଚଟମଖନା ଆଡ଼ିବନ୍ଧ ପାଇଁ ୧୫୦ କୋଟି ଏବଂ କୁଟାସିଂହ ଆଡ଼ିବନ୍ଧ ପାଇଁ ୨୫୦ କୋଟି ଟଙ୍କା ଯୋଗାଇ ଦିଆଯିବା ସହିତ ଜଳସେଚନ ଓ ପାନୀୟ ଜଳ ପାଇଁ ବହୁତ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।

ଶ୍ରୀ ପାଣ୍ଡିଆନ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ଟିଟଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ପାଟଣାଗଡ଼ର ବିଧାୟକ ପ୍ରାର୍ଥୀ ସରୋଜ ମେହେର ଏବଂ ଲୋଇସିଂହାର ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ପ୍ରମୁଖ ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking