28.1 C
Bhubaneswar
Monday, May 27, 2024
Homeଦେଶ ବିଦେଶବଲ୍‌ ବାଜି ଚାଲିଗଲା ୧୧ ବର୍ଷୀୟ ନାବାଳକର ଜୀବନ

ବଲ୍‌ ବାଜି ଚାଲିଗଲା ୧୧ ବର୍ଷୀୟ ନାବାଳକର ଜୀବନ

ମହାରାଷ୍ଟ୍ର : ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଘଟିଲା ଅଘଟଣ । ବଲ୍‌ ବାଜିବାରୁ ଫିଲ୍ଡରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ । ଏପରି ଏକ ଅଘଟଣ ମହାରାଷ୍ଟ୍ରର ପୁଣେରେ ଘଟିଛି। ମୃତ ନାବାଳକଜଣକ ଶୌର୍ଯ୍ୟ ବୋଲି ଜଣାଯାଇଛି। ପୁଣେର ଲୋହଗାଁରେ ଥିବା ଫିଲ୍ଡରେ ପିଲାଟି ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିଲା। ଉକ୍ତ ସମୟରେ ଜଣେ ପିଲା ବ୍ୟାଟିଂ କରୁଥିବା ବେଳେ ବଲ୍‌ଟି ଆସି ଶୌର୍ଯ୍ୟଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା। ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖେଳିବାକୁ ଯାଇଥିବା ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking