31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ

ସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ

ହାଇଦ୍ରାବାଦ: ସମ୍ପତ୍ତି ପାଇଁ ବନ୍ଧୁର ପରିବାର ନିପାତ କରିଦେଲା ବନ୍ଧୁ । ବନ୍ଧୁ ସମେତ ପତ୍ନୀ ଓ ଶିଶୁଙ୍କୁ ମିଶାଇ ପରିବାରର ୬ ସଦସ୍ୟଙ୍କୁ ହତ୍ୟା କଲା। ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଗୋଟିଏ ପରିବାର ୬ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଏପରି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ଏହି ସିରିଜ ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ମୃତକ ଓ ଅଭିଯୁକ୍ତ ଦୁଇ ବନ୍ଧୁ । ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ପୋଲିସ ସୂତ୍ର ଅନୁସାରେ, ଡିଚାପାଲ୍ଲୀ ମଣ୍ଡଳ ମାଲଟୁର ଗ୍ରାମରେ ୯ ତାରିଖରୁ ଆଜି ମଧ୍ୟରେ ଏହି ସିରିଜ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ପ୍ରସାଦ ଓ ତାଙ୍କ ପତ୍ନୀ, ଶିଶୁ ଓ ଭଉଣୀଙ୍କ ସମେତ ପରିବାର ୬ ସଦସ୍ୟ । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ପ୍ରଶାନ୍ତ ପ୍ରସାଦର ବନ୍ଧୁ । ୯ ତାରିଖରେ ପ୍ରଶାନ୍ତ ପ୍ରଥମେ ପ୍ରଶାନ୍ତ ପ୍ରସାଦଙ୍କୁ ହତ୍ୟା କରିଥିଲା । ଡିଚାପାଲ୍ଲୀ ନିକଟରେ ଜାତୀୟ ରାଜପଥ କଡରେ ମୃତଦେହ ପୋତି ଦେଇଥିଲା । ସମସ୍ତେ ପ୍ରସାଦଙ୍କୁ ନିଖୋଜ ବୋଲି ଭାବି ନେଇଥିଲେ । ଏହା ପରେ ଅଭିଯୁକ୍ତ ପ୍ରସାଦଙ୍କ ଘରେ ପହଞ୍ଚି ପ୍ରସାଦଙ୍କ ସ୍ତ୍ରୀକୁ ହତ୍ୟା କରିଥିଲା । ମୃତଦେହକୁ ବାସରା ନିକଟରେ ଗୋଦାବରୀ ନଦୀରେ ଫିଙ୍ଗି ଦେଇଥିଲା ।

ଏହା ପରେ ପ୍ରସାଦଙ୍କ ଦୁଇ ଭଉଣୀ ଓ ଦୁଇ ଶିଶୁଙ୍କୁ ମଧ୍ୟ ସମାନ ତରିକାରେ ପ୍ରର୍ଯ୍ୟାୟ କ୍ରମେ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରଶାନ୍ତ । ଏହି ୪ ମୃତଦେହକୁ କେନାଲରେ ଓ ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଶେଷ ମୃତଦେହକୁ ସେ ପୋଡିବାକୁ ଉଦ୍ୟମ କରିଥିଲା । ମୃତଦେହର ଅବଶେଷ ଠାବ ହେବା ପରେ ସେମାନେ ନିଖୋଜ ନଥିବା ଓ ହତ୍ୟାର ଶିକାର ହୋଇଥିବା ସନ୍ଦେହ ଉପୁଜିଥିଲା । ପ୍ରସାଦଙ୍କ ବନ୍ଧୁ ପ୍ରଶାନ୍ତକୁ ପୋଲିସ ସନ୍ଦେହରେ ଗିରଫ କରି ଜେରା କରିବା ପରେ ଏହି ସିରିଜ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ସମ୍ପତ୍ତି ହାତେଇବା ପାଇଁ ପ୍ରସାଦର ବନ୍ଧୁ ପ୍ରଶାନ୍ତ ହିଁ ଏହି ନାରକୀୟ କାଣ୍ଡ ଘଟାଇଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ପୋଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ପ୍ରଶାନ୍ତ ପ୍ରଥମ ତିନିଟି ହତ୍ୟାକାଣ୍ଡ ଏକାକୀ କରିଥିବା ବେଳେ ପରବର୍ତ୍ତୀ ୩ ହତ୍ୟାକାଣ୍ଡ କିଛି ସହଯୋଗୀଙ୍କ ସହ ମିଶି କରିଛି । ସମ୍ପତ୍ତି ଲୋଭରେ ତାର କିଛି ବନ୍ଧୁ ତାକୁ ହତ୍ୟାକାଣ୍ଡରେ ସହଯୋଗ ମଧ୍ୟ କରିଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking