35.1 C
Bhubaneswar
Monday, June 17, 2024
Homeଅପରାଧଜଙ୍ଗଲରେ ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲା ଆଶ୍ଚର୍ଯ୍ୟ ହେବେ....

ଜଙ୍ଗଲରେ ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲା ଆଶ୍ଚର୍ଯ୍ୟ ହେବେ….

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି । ଏହା ପରେ ବଳାତ୍କାର କରିଥିବା ଯୁବକ ଓ ତାଙ୍କ ସହଯୋଗୀ ଉକ୍ତ ପୀଡ଼ିତା ଯୁବତୀଙ୍କୁ ବୁଲେଟରେ ଆଣି ତାଙ୍କ ଘରେ ଛାଡ଼ି ପଳାଇ ଯାଇଥିଲେ । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା ବେଳେ ପୀଡ଼ିତାଙ୍କ ଭାଉଜ ଏ ନେଇ ବୁଧବାର ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ ।

ଥାନାଧିକାରୀ ବନ୍ଦନା ପାତ୍ର ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରାଜୀବ ଲୁଗୁନ(୨୪) ଓ ତାଙ୍କ ସହଯୋଗୀ ସୀତାରାମ ଧନୱାର(୩୨)ଙ୍କୁ ଗିରଫ କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା ଶୁକ୍ରବାର କରିବା ସହ କୋର୍ଟ ଚାଲାଣ କରିଛନ୍ତି । ବୁଧବାର ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା । ଏ ନେଇ ବୀରମିତ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରିଣୀ ବନ୍ଦନା ପାତ୍ର ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ,ପୀଡ଼ିତା ଦୁମାଙ୍ଗଦିରି ଗ୍ରାମର ହୋଇଥିବା ବେଳେ ସେ କିଛି ଦିନ ହେଲା କୁଆଁରମୁଣ୍ଡାରେ ନିଜ ବଡ଼ ବାପାଙ୍କ ଘରେ ରହୁଥିଲେ । ଘଟଣା ଦିନ ସୀତାରାମ ଓ ରାଜୀବ ତାଙ୍କୁ ଫୋନ୍‌ରେ ଡକାଇ ଏକ ବୁଲେଟ୍‌ରେ ଉକ୍ତ ଜଙ୍ଗଲକୁ ନେଇ ବଳାତ୍କାର କରିବା ପରେ ପୁଣି କୁଆଁରମୁଣ୍ଡା ଆଣି ତାଙ୍କ ଘରେ ଛାଡ଼ିବା ସମୟରେ ପୀଡ଼ିତାଙ୍କୁ ତାଙ୍କ ଭାଉଜ ଦେଖି ଘଟଣା ସମ୍ପର୍କରେ ପଚାରିବା ପରେ ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking