35.1 C
Bhubaneswar
Monday, June 17, 2024
Homeଅପରାଧବାପା ଓ ପଡୋଶୀ ଯୁବକର ଦୁଷ୍କର୍ମରେ ନାବାଳିକା ଗର୍ଭବତୀ

ବାପା ଓ ପଡୋଶୀ ଯୁବକର ଦୁଷ୍କର୍ମରେ ନାବାଳିକା ଗର୍ଭବତୀ

ମୁମ୍ବାଇ: ପିସାଚ ସାଜିଲା ଜନ୍ମ ଦେଇଥିବା ବାପା । ନିଜ ଜନ୍ମିତ ଝିଅକୁ କରୁଥିଲା ଦୁଷ୍କର୍ମ । ବାରମ୍ବାର ବାପାର ଏହି ପାସବିକତାର ଶିକାର ହୋଇ ନାବାଳିକାଜଣଙ୍କ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଛି । କେବଳ ବାପା ନୁହେଁ ବରଂ ବିବାହର ପ୍ରତିଶୃତି ଦେଇ ପଡୋଶୀ ଯୁବକ ମଧ୍ୟ କରୁଥିଲା ଦୁଷ୍କର୍ମ । ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବାପା ସହ ପଡୋଶୀ ଯୁବକକୁ ମିଶାଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇର ତିଲକ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ, ପୀଡିତାର ପରିବାର ରହୁଥିବା ଏରିଆର ଜଣେ ପୋଡିଶୀ ଯୁବକ ନାବାଳିକାକୁ ବିବାହ କରିବା ନେଇ ତାର ପରିବାରକୁ କହିଥିଲା । ପୀଡିତାର ପରିବାର ମଧ୍ୟ ଏଥିରେ ସହମତି ଦେବା ପରେ ସମ୍ପୃକ୍ତ ଯୁବକ ଓ ପୀଡିତା ନାବାଳିକା ମଧ୍ୟରେ ମିଳାମିଶା ବଢିଥିଲା । ଖୁବଶିଘ୍ର ବିବାହ କରିବାର ପ୍ରତିଶୃତି ଦେଇ ପଡୋଶୀ ଯୁବକ ନାବାଳିକାକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା ।

ନାବାଳିକାଜଣଙ୍କ ଏକଥା ଲୋକଲଜ୍ୟାରେ ପରିବାର କିମ୍ବା ଅନ୍ୟ କାହା ପାଖରେ ପ୍ରକାଶ କରିବାକୁ ସାହାସ କରିପାରି ନଥିଲା । ପରେ ଏକଥା ତାର ବାପା ଜାଣିବାକୁ ପାଇଥିଲେ । ଗତ ଫେବୃଆରୀ ମାସଠାରୁ ପୀଡିତାର ନିଜ ବାପା ମଧ୍ୟ ତାକୁ ବାରମ୍ବାର ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରି ଆସୁଥିଲା । ନିଜ ମା’ ବାହାରକୁ କାମ କରିବାକୁ ଯିବା ପରେ ନାବାଳିକାଜଣଙ୍କ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେଉଥିଲା । ଦୀର୍ଘ ମାସ ଧରି ଏସବୁ ଚାଲିବା ପରେ ନାବାଳିକାଜଣଙ୍କ ଗର୍ଭବତୀ ହେବା ପରେ ତାର ମା‘ କଥା ଜାଣିବାକୁ ପାଇଥିଲେ । ଉଭୟ ପୀଡିତା ଓ ତାର ମା’ ତିଲକ ନଗର ଥାନାରେ ନିଜ ବାପା ଓ ସମ୍ପୃକ୍ତ ପଡୋଶୀ ଯୁବକଙ୍କ ବିରୋଧରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ବାପା ଓ ପଡୋଶୀ ଯୁବକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପକ୍ସୋ ଆକ୍ଟ ସମେତ ଅନ୍ୟ ମାମଲା ରୁଜୁ କରାଯାଇ କୋର୍ଟ ମଧ୍ୟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଏହି ମାମଲାରେ ସମ୍ପୃକ୍ତ ନାବାଳିକା ଓ ତାର ମା’ର ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking