31.1 C
Bhubaneswar
Sunday, May 19, 2024
Homeଓଡିଶାଅଂଶୁଘାତ ଯୋଗୁ ୨୦ ଜଣ ପ୍ରାଣ ହରାଇଥିବା ଅଭିଯୋଗ

ଅଂଶୁଘାତ ଯୋଗୁ ୨୦ ଜଣ ପ୍ରାଣ ହରାଇଥିବା ଅଭିଯୋଗ

ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨୦ ଜଣ ଅଂଶୁଘାତ ଯୋଗୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ୩ଟି ଅଭିଯୋଗର ତଦନ୍ତ କରି ସେମାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ଢେଙ୍କାନାଳ, ବାଲେଶ୍ୱର ଓ ମୟୂରଭଞ୍ଜରେ ୩ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ବାକି ୧୭ଟି ଅଭିଯୋଗର ତଦନ୍ତ ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବିଭାଗ ଆହୁରି କହିଛି ଯେ ଏ ପର‌୍ୟ୍ୟନ୍ତ ରାଜ୍ୟରେ ୭୮୬ଟି ଅଂଶୁଘାତ ମାମଲା ଆସିଛି। ସ୍ଥିତି ଆଗକୁ ବଗିଡ଼ିବାର ଆଶଙ୍କା ନାହିଁ। ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking