30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭୁଶୁଡ଼ିଲା ନିର୍ମାଣାଧୀନ ଘରର କାନ୍ଥ : ୭ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ଘରର କାନ୍ଥ : ୭ ମୃତ

ହାଇଦ୍ରାବାଦ : ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡି ଚାଲିଯାଇଛି ୭ ନିରୀହ ଜୀବନ । ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ,ମଙ୍ଗଳବାର ରାତି ସମୟରେ ହାଇଦ୍ରାବାଦ ଏବଂ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ସେହିସମୟରେ ଏକ ନିର୍ମାଣାଧୀନ ଘର ଭୁଶୁଡି ପଡିଥିଲା । ଯାହାଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷା ଫଳରେ ଜନଜୀବନ ବ୍ୟାହତ ହୋଇଛି । ଅଧିକ ଜଳଠାରେ ହେତୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ବର୍ଷା ଯୋଗୁ ଅନେକ ସମସ୍ୟା ଦେଖାଦେଇଥିବାରୁ ବିପର୍ଯ୍ୟୟ ପ୍ରଶମନ ଫୋର୍ସ (ଡିଆରଏପ୍‌) ଟିମ ଜଳ ନିଷ୍କାସନ ତଥା ରାସ୍ତାକୁ ସିପଡିଥିବା ଗଛଗୁଡିକୁ ହଟାଇବା ପାଇଁ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking