25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦୁର୍ଘଟଣାଗ୍ରସ୍ତକୁ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ଗୋଟିଏ ପରିବାରର ୬ ମୃତ

ଦୁର୍ଘଟଣାଗ୍ରସ୍ତକୁ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହେବା ଭଳି ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଗୋଟିଏ ପରିବାରର ୬ ସଦସ୍ୟ ଏକ କାର୍ ଯୋଗେ ଗାଜିଆବାଦରୁ ଗଜରୌଲା ଅଭିମୁଖେ ଯାଉଥିଲେ । ତେବେ ଏହି ସମୟରେ କାର୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବସିଥିଲେ ଏବଂ କାର୍‌ଟି ଡିଭାଇଡରରେ ପିଟି ହୋଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା । ତେବେ ସ୍ଥାନୀୟ ଲୋକେ କାର୍ ମଧ୍ୟରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପୂର୍ବରୁ ହିଁ ଠିକ୍ ସେହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌, କାର୍‌ଟିକୁ ପୁନଃ ଜୋରଦାର ଧକ୍କା ଦେଇଥିଲା । ଦିଲ୍ଲୀ- ଲକ୍ଷ୍ନୌ ଜାତୀୟ ରାଜପଥର ଗଡ଼ କୋତୱାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ ଦର୍ଶାଇଛି । ତଦନ୍ତ ସମୟରେ କାର୍‌ରେ ଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ବୋଲି ଜଣାପଡିଛି । ପୁଲିସ୍ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking