30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶସମ୍ପୂର୍ଣ୍ଣ ଜଳିଗଲା ବସ

ସମ୍ପୂର୍ଣ୍ଣ ଜଳିଗଲା ବସ

ମଧ୍ୟପ୍ରଦେଶ : ଦେଶର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟପ୍ରଦେଶର ୯ ଲୋକସଭା ସିଟ୍‌ରେ ଭୋଟ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବୈତୁଲ ଜିଲ୍ଲାର ସାଇଁଖେଡାର ପୌନି ଗାଁ ମଧ୍ୟରେ ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ହୋଇଥିବା ବସଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ବସରେ ନିଆଁ ଲାଗିବ ଫଳରେ ବସ୍‌ରେ ଥିବା ଇଭିଏମ ଓ ଭିଭିପାଟ ଜଳି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ବହୁ ସମୟର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହାପରେ ବସ୍‌ରୁ ଅଧା ଜଳାପୋଡ଼ା ନିର୍ବାଚନ ସାମଗ୍ରୀ ବାହାର କରିଥିଲା ଅଗ୍ନିଶମ ବାହିନୀ। ଏହି ଦୁର୍ଘଟଣାରେ ଲୋକଙ୍କର କୌଣସି କଯଷ୍ଟି ହୋଇନାହିଁ। ତେବେ କେଉଁ କାରଣରୁ ଏହି ଭୟଙ୍କର ଅଗ୍ନିକାଣ୍ଡଟି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking