30.1 C
Bhubaneswar
Monday, May 20, 2024
Homeଓଡିଶାକଂଗ୍ରେସ ଶାସନରେ ଭ୍ରଷ୍ଟାଚାର ବଢିଛି : ରାଜନାଥ ସିଂ

କଂଗ୍ରେସ ଶାସନରେ ଭ୍ରଷ୍ଟାଚାର ବଢିଛି : ରାଜନାଥ ସିଂ

ଭୁବନେଶ୍ୱର : ରାୟଗଡା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ଅନେକ ଥର ଓଡିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡିଶାବାସୀ କହୁଛନ୍ତି । ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା । ଲମ୍ବା ସମୟ କଂଗ୍ରେସ ଦେଶରେ ଶାସନ କଲା । କିନ୍ତୁ କଂଗ୍ରେସ ଦେଶରୁ ଗରିବୀ ହଟାଇ ପାରିଲାନି । କିନ୍ତୁ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି କରିଛନ୍ତି । ପ୍ରଥମ ଓଡିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା । କିନ୍ତୁ ତେବେ ଓଡିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ମିଳିବ । ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ରାଜନାଥ । ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ । ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିସôା ମିଳିବ । ଆମେ ଯାହା କହୁ, ତାହା କରୁ କହିଲେ ରାଜନାଥ ସିଂ । କଂଗ୍ରେସ ଓ ବିଜେଡି କେବଳ ଶ୍ୱାସନା ଦେଲେ, ପୂରଣ କଲେନି । ଯଦି ଆଶ୍ୱାସନା ପୂରଣ କରିଥାଆନ୍ତି ଓଡିଶାରେ ଗରିବୀ ହଟିଥାଆନ୍ତା । ୩୭୦ ହଟିଇବାକୁ କହିଥିଲୁ,ପୂରଣ କଲୁ । ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲୁ, ତିଆରି କଲୁ । ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, ସମାପ୍ତ କଲୁ । ଆଦିବାସୀଙ୍କୁ ଆମ ସରକାର ସବୁଠୁ ଅଧିକ ସମ୍ମାନ ଦିଏ । ବିର୍ସା ମୁଣ୍ଡା ଜନ୍ମଦିନ ସାରା ଦେଶରେ ପାଳନ କରାଯାଉଛି । କଂଗ୍ରେସ ସମୟରେ ଏହା ହୋଇ ପାରି ନଥିଲା । ମୁଦ୍ଦା ନଥିବାରୁ ବିରୋଧୀ ଆମ ନାଁରେ ଅପପ୍ରଚାର କରୁଛି । ବିଜେପି ସମ୍ବିଧାନ ସଂଶୋଧନ କରିବ ବୋଲି ଅପପ୍ରଚାର କରୁଛି । କିନ୍ତୁ ସବୁଠୁ ଅଧିକ ୮୦ ଥର କଂଗ୍ରେସ ସମ୍ବିଧାନ ବଦଳାଇଛି । ଏପରିକି ସମ୍ବିଧାନର ମୁଖବନ୍ଧ ବା ଆତ୍ମାକୁ ବଦଳାଇଛି କଂଗ୍ରେସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking