30.1 C
Bhubaneswar
Monday, May 20, 2024
Homeଓଡିଶାମେ ମାସ ୪ର୍ଥ ସପ୍ତାହରେ ବାହାରିବ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ

ମେ ମାସ ୪ର୍ଥ ସପ୍ତାହରେ ବାହାରିବ ଦଶମ ଶ୍ରେଣୀ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର : ମେ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ ରଖିଛି । ଏବଂ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ ଲାଗି ନିଷ୍ପତି ନିଆଯାଇଥିବା ବେଳେ ବର୍ତମାନ ହ୍ୱାଟସପରେ କିପରି ପରୀକ୍ଷାର୍ଥୀମାନେ ତାଙ୍କର ପରୀକ୍ଷା ଫଳ ଜାଣିପାରିବେ ସେ ନେଇ ବୋର୍ଡ ପ୍ରସ୍ତୁତି ଚଳାଇଛି । ତେବେ ଫଳ ପ୍ରକାଶ ପାଇବା ମାତ୍ରେ ସଙ୍ଗେସଙ୍ଗେ ପରୀକ୍ଷାର୍ଥୀମାନେ ହ୍ୱାଟସପରେ କିପରି ରେଜଲ୍ଟ ପାଇବେ ସେ ନେଇ ବୋର୍ଡ ପକ୍ଷରୁ ଏକ ସୁବିଧା କରାଇବାକୁ ଯୋଜନା କରାଯାଉଛି । ତେବେ ପରୀକ୍ଷାର୍ଥୀ ଫର୍ମପୂରଣ ସମୟରେ ଯେଉଁ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ କରିଥିବେ । ସେଇ ନମ୍ବରକୁ ଲିଙ୍କ ଦିଆଯିବ । ଏବଂ ଆସନ୍ତା ୨-୩ ଦିନ ମଧ୍ୟରେ ଏସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking