31.1 C
Bhubaneswar
Sunday, May 19, 2024
Homeଓଡିଶାଆମେ ଯାହା କହୁ ତାହା କରୁ : ରାଜନାଥ ସିଂ

ଆମେ ଯାହା କହୁ ତାହା କରୁ : ରାଜନାଥ ସିଂ

ଭବାନୀପାଟଣା : ଭବାନୀପାଟଣା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ପ୍ରଥମ ଥର କଳାହାଣ୍ଡି ଆସିଛି, ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ବୋଲି କହିଲେ ରାଜନାଥ ସିଂ । ଏହା ହେଉଛି ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରୀବ ଓ ଦାରିଦ୍ର ପାଇଁ ପରିଚିତ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନହେଲେ ବିକଶିତ ଭାରତ ସମ୍ଭବ ନୁହେଁ । ଗରୀବ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ କଂଗ୍ରେସ । କିନ୍ତୁ କଂଗ୍ରେସ ଦ୍ୱାରା ଏହା ସମ୍ଭବ ହେଲାନି, ମୋଦି କରି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରୀବରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ, ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ । ୩୭୦ ହଟାଇବୁ କହିଥିଲୁ,ହଟାଇଲୁ । ରାମ ମନ୍ଦିର କରିବାକୁ କହିଥିଲୁ , କରିଲୁ । ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର । ତିନ୍ ତଲାକ୍ ସମାପ୍ତ କରିବାକୁ କହିଥିଲୁ, ସମାପ୍ତ କଲୁ । ୫୦ ବର୍ଷ କଂଗ୍ରେସ ସରକାର,୨୫ ବର୍ଷ ବିଜେଡି ସରକାର ଦେଖିଲ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking