31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଟ୍ରେନ ଧକ୍କାରେ ହାତୀ ମୃତ

ଟ୍ରେନ ଧକ୍କାରେ ହାତୀ ମୃତ

କେରଳ : କେରଳର କଞ୍ଜିକୋଡ ନିକଟରେ ଟ୍ରେନ ଧକ୍କା ଦେବା ଫଳରେ ହାତୀର ମୃତ୍ୟୁ ହୋଇଛି । ଘଟଣାରେ କେରଳ ବନ ବିଭାଗ ତ୍ରିଭାନ୍ଦ୍ରମ ଟ୍ରେନର ଲୋକୋ ପାଇଲଟଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଟ୍ରେନର ବେଗ ଅଧିକ ଥିବାରୁ ଦୁର୍ଘଟଣା ଘଟିଥିଲା। ଏନେଇ ସୂଚନା ଦେଇଛନ୍ତି କେରଳ ଜଙ୍ଗଲ ମନ୍ତ୍ରୀ ଏ.କେ ଶଶୀନ୍ଦ୍ରନ୍ । ୱାଇଲ୍ଡ ଲାଇଫ ଆକ୍ଟର ପ୍ରଯୁଜ୍ୟ ଧାରା ଅନୁଯାୟୀ ଲୋକୋ ପାଇଲଟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରେନଟି ହାତୀକୁ ଧକ୍କା ଦେବା ପରେ ହାତୀଟି ଗୁରୁତର ଆହତ ହୋଇଥିଲା ଏବଂ ଦୁର୍ଘଟଣାର ପ୍ରାୟ ୩୦ ମିନିଟ ପରେ ହାତୀଟିର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଏପ୍ରିଲ ୧୩ ରେ ପଲକ୍କଡ଼ ଜିଲ୍ଲାରେ ଟ୍ରେନ ଧକ୍କାରେ ଏକ ହାତୀର ଜୀବନ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking