32.1 C
Bhubaneswar
Saturday, May 18, 2024
Homeଖେଳବାଂଲା ବିପକ୍ଷରେ ଖେଳିବେନି ତିକଶାନା

ବାଂଲା ବିପକ୍ଷରେ ଖେଳିବେନି ତିକଶାନା

ଶାରଜାହ: ଏଠାରେ ରବିବାର ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ଚଳିତ ଟି-୨୦ ବିଶ୍ୱକପ୍‌ର ସୁପର-୧୨ର ପ୍ରଥମ ମ୍ୟାଚରୁ ଶ୍ରୀଲଙ୍କାର କ୍ୟାରମ୍‌-ବଲ୍ ଅଫ୍ ସ୍ପିନର୍ ମହୀଶ ତିକ୍‌ଶାନା ବାଦ୍ ପଡ଼ିଛନ୍ତି । ଶୁକ୍ରବାର ନେଦରଲାଣ୍ଡ୍‌ସ ବିପକ୍ଷ କ୍ୱାଲିଫାଇଙ୍ଗ୍ ଗ୍ରୁପ୍‌-ଏ’ ମ୍ୟାଚ୍ ଖେଳିବା ସମୟରେ ଏହି ୨୧ ବର୍ଷୀୟ ସ୍ପିନର୍ ତାଙ୍କ ପିଠି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ତିକଶାନା ବାଂଲା ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ଶନିବାର ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍ ଶନାକା ସୂଚନା ଦେଇଛନ୍ତି ।

ତେବେ ୩ଟି କ୍ୱାଲିଫାଇଙ୍ଗ୍ ମ୍ୟାଚ୍‌ରେ ୮ଟି ୱିକେଟ୍ ନେଇଥିବା ଏହି ଯୁବ ବୋଲର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ଏବଂ ପରବର୍ତ୍ତୀ ମ୍ୟାଚ୍‌ରେ ସେ ଖେଳିବେ ବୋଲି ମଧ୍ୟ ଶନାକା କହିଛନ୍ତି । ଶ୍ରୀଲଙ୍କାର ନୂଆ ଅଜନ୍ତା ମେଣ୍ଡିସ୍ ଭାବେ ଜଣାଶୁଣା ତିକଶାନା ନାମ୍ବିୟା ଓ ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଲେଖାଏଁ ଏବଂ ନେଦରଲାଣ୍ଡ୍‌ସ ବିପକ୍ଷ ଅନ୍ତିମ କ୍ୱାଲିଫାଇଙ୍ଗ୍ ମ୍ୟାଚ୍‌ରେ ମାତ୍ର ୩ ରନ୍‌ରେ ୨ଟି ୱିକେଟ୍ ନେଇଥିଲେ ।

ମ୍ୟାଚ୍‌ରେ ମାତ୍ର ଗୋଟିଏ ଓଭର୍ ବୋଲିଂ କରିଥିବା ତିକ୍‌ଶାନା କ୍ୟାରମ୍ ବଲ୍ ପକାଇ ୩ଟି ବଲ୍‌ରେ ଦୁଇଟି ୱିକେଟ୍ ନେଇ ସମସ୍ତଙ୍କୁ ଚକିତ କରିଥିଲେ । ବାଂଲାଦେଶ ଅଲ୍‌ରାଉଣ୍ଡ୍ ସାକିବ୍‌-ଅଲ୍‌-ହସନ୍‌ଙ୍କ ପରେ ଟି-୨୦ ବିଶ୍ୱକପ୍‌ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୱିକେଟ୍ ନେବାରେ ସେ ଦ୍ୱିତୀୟ ବୋଲର୍ । ତେଣୁ ବାଂଲାଦେଶ ବିପକ୍ଷ ରବିବାରର ମ୍ୟାଚ୍‌ରେ ତାଙ୍କ ଅନୁପସ୍ଥିତି ଶ୍ରୀଲଙ୍କା ପାଇଁ ବଡ଼ ଧକ୍କା ପ୍ରମାଣିତ ହୋଇପାରେ । ଗତ ସେପ୍ଟେମ୍ବର ୨୦ ତାରିଖରେ ସାଉଥ୍ ଆଫ୍ରିକା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ତିକଶାନାଙ୍କ ନାମରେ ୨୬ଟି ଟି-୨୦ ମ୍ୟାଚ୍‌ରେ ୨୨ଟି ୱିକେଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking