33.1 C
Bhubaneswar
Sunday, May 5, 2024
Homeଖେଳନେଦରଲ୍ୟାଣ୍ଡ୍‌ସ କ୍ରିକେଟର୍ ଡୋଶେଟ୍‌ଙ୍କ ସନ୍ନ୍ୟାସ

ନେଦରଲ୍ୟାଣ୍ଡ୍‌ସ କ୍ରିକେଟର୍ ଡୋଶେଟ୍‌ଙ୍କ ସନ୍ନ୍ୟାସ

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ସୁପର-୧୨ରେ ସ୍ଥାନ ପାଇବାରେ ନେଦରଲାଣ୍ଡ୍‌ସ ବିଫଳ ହେବା ପରେ ଟିମ୍‌ର ଅଲ୍‌ରାଉଣ୍ଡର୍ ରିୟାନ୍ ଟେନ୍ ଡୋଶେଟ୍ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । କ୍ୱାଲିଫାୟର୍ସରେ ଦଳ ଗୋଟିଏ ବି ବିଜୟ ହାସଲ କରି ନ ପାରି ନୈରାଶ୍ୟଜନକ ଭାବେ ବିଦାୟ ନେଇଛି । ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ଟି ଗୁରୁତ୍ୱହୀନ ଥିବାରୁ ଡୋଶେଟ୍ ଏହି ମ୍ୟାଚ୍ ଖେଳି ନଥିଲେ । କ୍ରିକେଟ୍ ନେଦରଲାଣ୍ଡ୍‌ସ ପକ୍ଷରୁ ଅବସର ସଂକ୍ରାନ୍ତରେ ଜାରି ଏକ ବିବୃତିରେ ଡୋଶେଟ୍ କହିଛନ୍ତି, ‘ଏହା ଏକ କଠିନ ସମୟ ଥିଲା, ମାତ୍ର ଟିମ୍‌ର ସଦସ୍ୟ ଥିବାରୁ ବହୁତ ଖୁସି ଥିଲି ।

ଖେଳାଳି, କୋଚ୍ ଓ କ୍ରିକେଟ୍ ସଂଘର ସମସ୍ତ କର୍ମକର୍ତ୍ତା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଯାତ୍ରାକୁ ସବୁବେଳେ ସହଯୋଗ ଦେଇଆସିଥିବାରୁ ସେମାନଙ୍କୁ ଅଶେଷ ଧନ୍ୟବାଦ ।’ ସାଉଥ୍ ଆଫ୍ରିକା ଜନ୍ମିତ ଡୋଶେଟ୍ ଶ୍ରୀଲଙ୍କା ବିପକ୍ଷରେ ଗତ ୨୦୦୬ ଏମ୍ସଟେଲ୍‌ୱିନ୍ ଦିନିକିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ତାଙ୍କ କ୍ୟାରିୟର୍‌ରେ ୩୩ଟି ଦିନିକିଆ ଖେଳି ୧ ହଜାର ୫୪୧ ରନ୍ କରିଥିବା ବେଳେ ୨୪ ଟି-୨୦ ମ୍ୟାଚ୍‌ରେ ୫୩୩ ରନ୍ କରିଛନ୍ତି । ସେ ଗତ ୨୦୧୧ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ୧୧୯ ରନ୍ ଓ ଆୟର୍ଲାଣ୍ଡ ବିପକ୍ଷରେ ୧୦୬ ରନ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking